ନେପାଳରେ ବନ୍ୟା ତାଣ୍ଡବ; ୫ ମୃତ, ୨୮ ନିଖୋଜ
କାଠମାଣ୍ଡୁ: ନେପାଳରେ ବନ୍ୟାର ତାଣ୍ଡବ । ମୌସୁମୀଜନିତ ବର୍ଷା ପରେ ବନ୍ୟା ସ୍ଥିତି ଉପୁଜିଛି । ପୂର୍ବ ନେପାଳର ୫ ଜିଲ୍ଲାରେ ହଜାର ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ତେବେ ବନ୍ୟା ଓ ଭୟଙ୍କର ଭୂସ୍ଖଳନ ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ନିଖୋଜ ଥିବା ସୂଚନା ରହିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଭୂସ୍ଖଳନ ଯୋଗୁ ସ୍ଥିତି ଅତି ସାଂଘାତିକ ହୋଇଛି ।
କୋଶି ପ୍ରାନ୍ତର ତାପ୍ଲୋଜଙ୍ଗ, ପଞ୍ଚଥର, ସଂଖୁବାସଭା, ତେହରଥୁମ ଜିଲ୍ଲା ଅତିମାତ୍ରାରେ ପ୍ରଭାବିତ ହୋଇଛି । ରାସ୍ତାଘାଟ ବନ୍ୟାଜଳରେ ବୁଡ଼ି ରହିଥିବା ବେଳେ ଜଳବିଦ୍ୟୁତ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଆସନ୍ତା ଦୁଇ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।












Click it and Unblock the Notifications