ପାକିସ୍ତାନରେ ବନ୍ୟା ବିପର୍ଯ୍ୟୟ ,ମୌସୁମୀ ବର୍ଷା ଓ ବନ୍ୟା ଯୋଗୁ ୨ଶହରୁ ଅଧିକ ଲୋକଙ୍କର ମୃତ୍ୟୁ

ପାକିସ୍ତାନରେ ବନ୍ୟା ବିପର୍ଯ୍ୟୟ । ପାକିସ୍ତାନରେ ଜୁନ ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା ମୌସୁମୀ ବର୍ଷା ଓ ବନ୍ୟା ଯୋଗୁ ୨ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ପ୍ରାୟ ଶହେ ଜଣ ଶିଶୁ ଅଛନ୍ତି । ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସୂଚନା ଅମଜନୁଯାୟୀ, ପଞ୍ଜାବରେ ୧୨୩, ଖୈବର ପାଖତୁନଖ୍ବାରେ ୪୦, ସିନ୍ଧରେ ୨୧, ବାଲୁଚିସ୍ତାନରେ ୧୬, ଇସଲାମାବାଦରେ ଜଣେ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଜଣେ ପ୍ରାଣ ହରାଇଛନ୍ତି । ବର୍ଷାରେ ଘର ଭୁଶୁଡ଼ି ପଡ଼ିବାରୁ ୧୧୮ ଜଣଙ୍କର ମୃତ୍ୟୁ ହୋଇଛି ।

Pakistan

ଆକସ୍ମିକ ବନ୍ୟାରେ ୩୦ ଜଣ ପ୍ରାଣ ହରାଇଛନ୍ତି । ରାୱଲପିଣ୍ଡିରେ ଆକସ୍ମିକ ବନ୍ୟା ଆସିବାରୁ ଘର, ରାସ୍ତା ଓ ବଜାର ଜଳମଗ୍ନ ହୋଇଛି । କେତେକ ଅଞ୍ଚଳରେ ଜଳସ୍ତର ଛାତ ପର୍ଯ୍ୟନ୍ତ ପହଞ୍ଚିଛି । ଏଥିରେ ୫୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୮୨ ଜଣ ଶିଶୁ ଅଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁ ପାକିସ୍ତାନରେ ଏପରି ବିପର୍ଯ୍ୟୟ ବୃଦ୍ଧି ପାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+