ଡ୍ରୋନ୍ ଆକ୍ରମଣ ଯୋଗୁଁ ଅସ୍ଥାୟୀଭାବେ ବନ୍ଦ ରହିଥିବା ଦୁବାଇ ବିମାନବନ୍ଦରରୁ କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳକୁ ଉଡାଣ ଆରମ୍ଭ
ଡ୍ରୋନ୍ ଆକ୍ରମଣ ଯୋଗୁଁ ଦୁବାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅସ୍ଥାୟୀ ଭାବେ ବନ୍ଦ ରହିଥିବା ଉଡାଣକୁ କିଛି ନିର୍ଦ୍ଧିଷ୍ଟ ଅଞ୍ଚଳ ପାଇଁ ପୁନଃ ଆରମ୍ଭ କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁବାଇ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଯାତ୍ରା ପୂର୍ବରୁ ସଂପୃକ୍ତ ବିମାନ କମ୍ପାନୀଗୁଡ଼ିକ ସହିତ ଯୋଗାଯୋଗ ରକ୍ଷା ମାଧ୍ୟମରେ ଉଡାଣ ସ୍ଥିତିର ସର୍ବଶେଷ ତଥ୍ୟ ସଂଗ୍ରହ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ବିମାନ ବନ୍ଦରର କମ୍ପେ୍ଲକ୍ସ ନିକଟରେ ଆଜି ସକାଳେ ଏକ ଡ୍ରୋନ୍ ଆକ୍ରମଣ ଦ୍ୱାରା ଏକ ଇନ୍ଧନ ଟାଙ୍କିକ୍ଷତିଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ତ୍ୱରିତ ସେବା ପ୍ରଦାନକାରୀ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଅନ୍ୟପକ୍ଷରେ ଇରାନ୍ର ଗଣମାଧ୍ୟମ ଅପରେସନ କେନ୍ଦ୍ର ପକ୍ଷରୁ ଦୁବାଇ ଏବଂ ଦୋହା ଉପରେ ଅଧିକ ଆକ୍ରମଣ ନେଇ ଚେତାବନୀ ଦେଇଛି । ସଂଘର୍ଷ ଆରମ୍ଭ ହେବା ପରଠାରୁ ଉପସାଗରୀୟ ଆରବ ଦେଶଗୁଡ଼ିକ ଉପରେ ୨ହଜାରରୁ ଅଧିକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ହୋଇଛି ।












Click it and Unblock the Notifications