ସ୍ପେନ୍ ବନ୍ୟାରେ ଗଲାଣି ୨୧୪ ଜଣଙ୍କ ଜୀବନ
ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଅଚାନକ ବନ୍ୟା ପ୍ରଭାବରେ ସ୍ପେନ୍ର ଅନେକ ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । କେବଳ ଏହା ନୁହେଁ ଏହି ବନ୍ୟାରେ ୨୧୪ଜଣଙ୍କ ମୃତ୍ୟୁ ଘଟିଛି । ଶତାଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ପ୍ରଧାନମନ୍ତ୍ରୀ ପେଟ୍ରୋ ସାଜ୍ କହିଛନ୍ତି, ଚଳିତ ଇତିହାସର ସବୁଠାରୁ ବଡ଼ ଆକସ୍ମିକ ବନ୍ୟାକୁ ସ୍ପେନ୍ ସାମ୍ନା କରିଛି ।

୪ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଶନିବାର ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା । ଏଥିରେ ଭାଇନେସିଆର ପୂର୍ବାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଉଦ୍ଧାର ଓ ସଫେଇ କାର୍ଯ୍ୟରେ ୨୫ଶହ ସେନା ମୁତୟନ ଅଛନ୍ତି। ୫ହଜାର ଅତିରିକ୍ତ ସେନା ଯବାନଙ୍କୁ ମୁତୟନ କରାଯିବ ବୋଲି କୁହାଯାଇଛି । ଭାଲନେସିଆରେ ୨୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାଷ୍ଟିଲିଆଲା ମାନ୍ ଓ ଅଣ୍ଡାଲୁସିଆରେ ୩ଜଣଙ୍କ ମୃତ୍ୟୁ ଘଟିଛି ।












Click it and Unblock the Notifications