ଆମେରିକାରେ ମାଡ଼ି ଆସୁଛି ବରଫ ଝଡ଼,ଜାରି ହେଲା ସତର୍କତା

ବର୍ତ୍ତମାନ ଆମେରିକାର ଲୋକମାନେ ପ୍ରବଳ ଶୀତରେ ଥରୁଛନ୍ତି । ପୂରା ଆମେରିକାରେ ଥଣ୍ଡାର ପ୍ରକୋପ ଦେଖିବାକୁ ମିଳୁଛି । ଏହାରି ଭିତରେ ପାଣିପାଗ ବିଭାଗ ଆମେରିକାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବରଫଝଡ଼ ମାଡ଼ିଆସୁଛି, ଯାହା ଦ୍ୱାରା ଆମେରିକାର ୧,୩୦୦ ମାଇଲ ଅଞ୍ଚଳରେ ପ୍ରବଳ ହିମପାତ, ବିପଜ୍ଜନକ ବରଫବର୍ଷା, ବର୍ଷା ଏବଂ ପ୍ରବଳ ଝଡ଼ ଆସିବାର ସମ୍ଭାବନା ରହିଛି ।ଜାତୀୟ ପାଣିପାଗ ସେବା ଦ୍ୱାରା ଜାରି ସୂଚନା ଅନୁସାରେ ଏହି ଝଡ଼ ୨୦୨୫ ମସିହାର ପ୍ରଥମ ଶୀତକାଳୀନ ଝଡ଼ ହେବ। ଏହାର ପ୍ରଭାବ ଆମେରିକାର ୧,୩୦୦ ମାଇଲ ଅଞ୍ଚଳ ଉପରେ ପଡିବ, ଯେଉଁଠି ଭୀଷଣ ହୀମପାତ, ବର୍ଷା ସହ ବରଫ ଝଡ ବହିବାର ଆକଳନ କରାଯାଇଛି।

Five US states declare state of emergency over severe storm

ଆର୍କଟିକ୍ ପବନ ବହିବା ଯୋଗୁ ସୋମବାର ଠାରୁ ପୂର୍ବ ଆମେରିକାରେ ତାପମାତ୍ରା ହ୍ରାସ ପାଇବା ଆରମ୍ଭ ହେବ। ତେବେ ଆସିବାକୁ ଥିବା ହୀମ ଝଡର ପ୍ରଭାବ ଦେଶର ୬୦ ନିୟୁତ ଅର୍ଥାତ ୬ କୋଟି ଲୋକଙ୍କୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଇଛି। ହେବାକୁ ଥିବା ଶ୍ୱେତ ଝଡକୁ ନେଇ ପାଣିପାଗ ବିଭାଗ ଅଗ୍ରୀମ ସତର୍କତା ଜାରି କରିଛନ୍ତି। ଦେଶର ଉତ୍ତର-ପଶ୍ଚିମରେ ରକି ମାଉଣ୍ଟେନ ସ୍ଥିତ ମୋଣ୍ଟାନା, ଡେଲାୱେୟର, ମେରି ଲ୍ୟାଣ୍ଡ ତଥା ଭର୍ଜିନିୟାର ଉପକୂଳ ରାଜ୍ୟମାନଙ୍କରେ ଏହି ଝଡ଼କୁ ନେଇ ସତର୍କତା ଜାରି କରାଯାଇଛି। ଅନୁମାନ କରାଯାଉଛି ଏହି ଝଡ଼ ଯୋଗୁ ସଡକ ଉପରେ ବହଳ ବରଫ ଜମା ହୋଇପାରେ। ଝଡ଼ ଯୋଗୁ କେତେକ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ମଧ୍ୟ ପ୍ରଭାବିତ ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+