ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ୫ ମୃତ,
ଶୁକ୍ରବାର ଦିନ ଆମେରିକାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ନାଏଗାରା ଜଳପ୍ରପାତରୁ ନ୍ୟୁୟର୍କ ସହରକୁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ନିୟନ୍ତ୍ରଣ ହରାଇ ଏକ ଖାତକୁ ଖସି ପଡ଼ିଲା । ବସରେ ମୋଟ ୫୪ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ ବସରେ ଥିବା ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ପର୍ଯ୍ୟଟକମାନେ ନାଏଗାରା ଜଳପ୍ରପାତ ଦେଖି ନ୍ୟୁୟର୍କ ସହରକୁ ଫେରୁଥିବା ସମୟରେ ବଫାଲୋରୁ ୪୦ କିଲୋମିଟର ପୂର୍ବରେ ଏହି ଦୁର୍ଘଟଣା ଘଟିଥିଲା । ଅଧିକାରୀମାନେ କହିଛନ୍ତି ଯେ ଯାତ୍ରୀମାନେ ଭାରତୀୟ, ଚୀନ୍ ଏବଂ ଫିଲିପାଇନ୍ ବଂଶୋଦ୍ଭବ ଥିଲେ ।

ଏଥିସହ ଜାଣିରଖନ୍ତୁ ଯେ, ନ୍ୟୁୟର୍କ ଷ୍ଟେଟ୍ ପୋଲିସ କମାଣ୍ଡର ମେଜର ଆଣ୍ଡ୍ରେ ରେ ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରଦାନ କରି କହିଛନ୍ତି, "ଏହା ବିଶ୍ୱାସ କରାଯାଉଛି ଯେ ଡ୍ରାଇଭର ଅନ୍ୟମନସ୍କ ହୋଇ ନିୟନ୍ତ୍ରଣ ହରାଇଥିଲେ ।" ଏଥି ସହ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ କାହାର ଅବସ୍ଥା ଗୁରୁତର ନାହିଁ । ଅନେକ ଯାତ୍ରୀଙ୍କୁ ଚିକିତ୍ସା ଦିଆଯାଇଛି ଏବଂ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ବସ୍ ଡ୍ରାଇଭର ଜୀବିତ ଏବଂ ସୁସ୍ଥ ଅଛନ୍ତି ।












Click it and Unblock the Notifications