ନାଇଟ୍ରୋଜେନ୍ ଗ୍ୟାସରେ ମିଳିଲା ମୃତ୍ୟୁଦଣ୍ଡ

ଆମେରିକା: ଆମେରିକାରେ ପ୍ରଥମ ଥର ନାଇଟ୍ରୋଜେନ୍ ଗ୍ୟାସରେ ଦୋଷୀକୁ ଦିଆଗଲା ମୃତ୍ୟୁଦଣ୍ତ । ନାଇଟ୍ରୋଜେନ୍ ବା ଯବକ୍ଷାରଜାନ ଗ୍ୟାସ ବ୍ୟବହାର କରାଯାଇ ଆମେରିକାର ଜଣେ ହତ୍ୟାକାରୀକୁ ମୃତ୍ୟୁଦଣ୍ତ ଦିଆଯାଇଛି । ତେବେ ଏପରି କରିବାରେ ଆମେରିକା ହେଉଛି ପ୍ରଥମ ଦେଶ ।

ସୂଚନା ଅନୁସାରେ, ୩୫ ବର୍ଷ ତଳେ କେନେଥ୍ ଇଉନିଜ୍ ସ୍ମିଥ୍ ନାମକ ଜଣେ ବ୍ୟକ୍ତି ସୁପାରୀ ନେଇ ମହିଳାଙ୍କୁ ହତ୍ୟା କରିଥିଲେ । ଯାହା ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ମୃତ୍ୟୁଦଣ୍ତ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯାହା ପରେ ତାଙ୍କୁ ନାଇଟ୍ରୋଜେନ ଗ୍ୟାସର ବ୍ୟବହାର କରି ମୃତ୍ୟୁ ଦଣ୍ତ ଦିଆଯାଇଛି । ଏହା ପୂର୍ବରୁ ତାଙ୍କୁ ୨୦୨୨ରେ ଏକାଧିକ ବିଷ ଇନଞ୍ଜେକ୍ସନ ଦିଆଯାଇଥିଲା ହେଲେ ତାଙ୍କର ମୃତ୍ୟୁ ହୋଇନଥିଲା । ଯାହା ପରେ ତାଙ୍କୁ ନାଇଟ୍ରୋଜେନ୍ ଗ୍ୟାସରେ ଦିଆଯାଇ ମୃତ୍ୟୁଦଣ୍ତ ଦିଆଯିବର ନିଷ୍ପତ୍ତି ନିଆଯାଇଥିଲା ।

America News

ସୂଚନାଅନୁସାରେ, ତାଙ୍କୁ ଏକା ଏୟାରଟାଇଟ୍ ଗ୍ୟାସ୍ ମାସ୍କ ପିନ୍ଧାଯାଇଥିଲା ଯେଉଁଥିରେ ନାଇଟ୍ରୋଜେନ ଗ୍ୟାସ୍ ଛଡାଯାଇଥିଲା । ତେବେ ଏହା ଲଗାଇବାର କିଛି ଘଣ୍ଟା ମଧ୍ୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ନାଇଟ୍ରୋଜେନ ଗ୍ୟାସ ଦେଇ ମୃତ୍ୟୁଦଣ୍ଡକୁ ବହୁ ମାନବାଧିକାର ସଂଗଠନ ବିରୋଧ କରିବା ଆରମ୍ଭ କରିଛି । ଆମେରିକାରେ ମୃତ୍ୟୁଦଣ୍ଡ ପାଇଁ ଫାଶି, ବିଦ୍ୟୁତ ଝଟକା ଓ ବିଷ ଇଞ୍ଜେକସନ ବ୍ୟବସ୍ଥା ପ୍ରଚଳିତ ରହିଛି, ଯାହା ଦ୍ୱାରା ଅଭିଯୁକ୍ତକୁ କମ୍ ଯନ୍ତ୍ରଣା ହୋଇଥାନ୍ତା ବୋଲି ସେମାନେ ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+