ଗାଜା ଉପରେ ପୁଣି ବଡ଼ ଧରଣର ଆକ୍ରମଣ କଲା ଇସ୍ରାଏଲ
ଆମେରିକା କଥା ଶୁଣିଲାନି ଇସ୍ରାଏଲ କହିଥିଲା ରମଜାନରେ ଗାଜାରେ ଉପରେ ଆକ୍ରମଣ କରିବ ନାହିଁ । ରମଜାନ ସମୟରେ ଗାଜାରେ ଅସ୍ତ୍ରବିରତି ପାଇଁ ଆମେରିକାର ପ୍ରସ୍ତାବକୁ ଇସ୍ରାଏଲ ପ୍ରଥମେ ମାନିଥିଲା । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏନେଇ ସୂଚନା ମଧ୍ୟ ଦେଇଥିଲା ଇସ୍ରାଏଲ ପିଏମଓ ପକ୍ଷରୁ କୁହାଯାଇଛି, ହାମାସ ସହ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତି ଶେଷ ହୋଇଥିବାରୁ ଗାଜାରେ ଅସ୍ତ୍ରବିରତିକୁ ସାମୟିକ ଭାବେ ବଢ଼ାଇବା ପାଇଁ ଆମେରିକାର ପ୍ରସ୍ତାବକୁ ଇସ୍ରାଏଲ ଅନୁମୋଦନ କରିଛି ।
୪୨ ଦିନଧରି ଚାଲିଥିବା ଏହି ଅସ୍ତ୍ରବିରତିର ପ୍ରଥମ ପର୍ଯ୍ୟାୟ ଶେଷ ହେବାକୁ ଯାଉଥିବା ବେଳେ ଇସ୍ରାଏଲ ମୁସଲିମଙ୍କ ରମଜାନ ମାସ ଏବଂ ଇହୁଦୀ ପର୍ବ ପାସଓଭରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଆମେରିକାର ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫଙ୍କ ପ୍ରସ୍ତାବକୁ ଗ୍ରହଣ କରିଛି ।ହେଲେ ଇସ୍ରାଏଲ ଗାଜା ଉପରେ ଆକ୍ରବମଣ ଜାରୀ ରଖିଛି ,ରମାଜାନ ମାସରେ ମଧ୍ୟ ଗାଜା ଉପରେ ବଡ ଧରଣର ଆକ୍ରମଣ କରୁଛି ଇସ୍ରାଏଲ । ତେବେ ହାମାସ ବାରମ୍ବାର ପ୍ରଥମ ପର୍ଯ୍ୟାୟ ଅବଧି ବୃଦ୍ଧିକୁ ପ୍ରତ୍ୟାଖ୍ୟାନ କରିବା ସହ ଅସ୍ତ୍ରବିରତିର ଦ୍ବିତୀୟ ପର୍ଯ୍ୟାୟକୁ ଯିବାକୁ ଜିଦ୍ ଧରିଛି।

ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିବା ସହ ଗାଜାରେ ଯୁଦ୍ଧର ସ୍ଥାୟୀ ଅନ୍ତ ଘଟିବ । ଅନ୍ୟପକ୍ଷରେ ଗାଜାରେ ଆକ୍ରମଣ ଖବର ମିଳିବା ପରେ ଇସ୍ରାଏଲ ଗାଜାକୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରବେଶ ଉପରେ ରୋକ ଲଗାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି , ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଷ୍ପତ୍ତି ନେଇଛନ୍ତି ମାର୍ଚ୍ଚ ୨ ତାରିଖ ସକାଳୁ ଗାଜା ଉପତ୍ୟକାକୁ ସମସ୍ତ ସାମଗ୍ରୀ ଓ ଯୋଗାଣ ବନ୍ଦ ରହିବ ।












Click it and Unblock the Notifications