ଟରେଣ୍ଟୋରରେ ଭୟଙ୍କର ଗୁଳିକାଣ୍ତ, ୧୧ ଗୁରୁତର
Canada News: ଶୁକ୍ରବାର ବିଳମ୍ବିତ ରାତିରେ ଟରେଣ୍ଟୋର ସ୍କାରବୋରୋରେ ଗୁଳିକାଣ୍ଡ । ଏହି ଘଟଣାରେ ୧୧ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଘଟଣା ଏକ ପବ୍ ନିକଟରେ ଘଟିଛି ଏହି ସମୟରେ ଅନେକ ଲୋକ ଆହତ ହୋଇଛନ୍ତି ।

ତେବେ ଗୁଳିକାଣ୍ଡ ଘଟଣା ପରେ ଆହତଙ୍କ ଅବସ୍ଥା ନେଇ ବର୍ତ୍ତମାନ କୌଣସି ସୂଚନା ନାହିଁ । ଖବର ପାଇ ପୋଲିସ ଏବଂ ଜରୁରୀକାଳୀନ ସେବା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛି ।
🚨🇨🇦BREAKING: MASS SHOOTING AT TORONTO
At least 11 people have been shot at a pub in Toronto, with the suspect still on the loose, according to CTV News.
Toronto has seen a surge in shootings, including a major bust in November 2024 when 23 people were arrested after a… pic.twitter.com/xfhiXkmJcn
— Mario Nawfal (@MarioNawfal) March 8, 2025
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କ ବିଷୟରେ ବର୍ତ୍ତମାନ କୌଣସି ସୂଚନା ମିଳି ନାହିଁ, ତଦନ୍ତ ଜାରି ରହିଛି । ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ପରିଚୟ, ଆକ୍ରମଣର ଉଦ୍ଦେଶ୍ୟ ବିଷୟରେ ମଧ୍ୟ କୌଣସି ସୂଚନା ପ୍ରକାଶ ପାଇ ନାହିଁ । ଅନ୍ୟପକ୍ଷରେ ସମସ୍ତଙ୍କ ଆହତଙ୍କ ଚିକିତ୍ସା ଜାରି ରହିଛି । ଅନେକ ଲୋକଙ୍କ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ରହିଛି ।












Click it and Unblock the Notifications