ହେଉଥିଲା ଇଣ୍ଟରନେଟ କନେକସନ୍, ଲାଗିଲା ଭୟଙ୍କର ନିଆଁ , ଚାଲିଗଲା ୯ଜୀବନ
ବ୍ରାଜିଲ: ଶ୍ରମିକ ମାନେ କରୁଥିଲେ ଆନ୍ଦୋଳନ । ଆଉ ଏହି ସମୟରେ ତାଙ୍କ କ୍ୟାମ୍ପରେ ଲାଗିଯାଇଥିଲା ନିଆଁ । ଅଗ୍ନିକାଣ୍ଡ ଏତେ ଶ୍ରୀଘ୍ର ଚାରିଆଡ଼େ ବ୍ୟାପି ଯାଇଥିଲା କି କ୍ୟାମ୍ପରୁ ବାହାରିବା ହୋଇଥିଲା ମୁସ୍କିଲ । ଆଉ ଏହି ଅଗ୍ନିକାଣ୍ଡରେ ଚାଲିଯାଇଛି ୯ ଜଣଙ୍କ ଜୀବନ । ଏଭଳି ଏକ ଘଟଣା ଘଟିଛି ବ୍ରାଜିଲ୍ର ଉତ୍ତରୀ ରାଜ୍ୟରେ । ସୁଚନାନୁସାରେ ଶନିବାର ରାତିରେ ବ୍ରାଜିଲର ଉତ୍ତରୀ ରାଜ୍ୟରେ ଭୂମିହୀନ ଶ୍ରମିକ ଆନ୍ଦୋଳନ କରୁଥିଲେ ।
ଆନ୍ଦୋଳନ ସମୟରେ ସେମାନେ ଯେଉଁ କ୍ୟାମ୍ପରେ ରହୁଥିଲେ , ସେହି କ୍ୟାମ୍ପରେ ଇଣ୍ଟରନେଟ୍ କନକେସନ୍ ଦିଆଯାଉଥିଲା । ଆଉ ଇଣ୍ଟରନେଟ ୱାରିଙ୍ଗ ସମୟରେ ସଟ ସର୍କିଟ ହୋଇଥିଲା । ଯାହାଫଳରେ କ୍ୟାମ୍ପରେ ଲାଗିଯାଇଥିଲା ନିଆଁ । ଆଉ ଏହି ଅଗ୍ନିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଆନ୍ଦୋଳନ କାରୀ ସମ୍ପ୍ରଦାୟର ନେତାମାନେ କହିଛନ୍ତି ଯେ ସର୍ଟ ସର୍କିଟ ସ୍ଥାନୀୟ ସମୟ ରାତି ୮ ଟା ସମୟରେ ଘଟିଥିଲା । ଯେତେବେଳେ ଏକ ଆଣ୍ଟିନା ହାଇ-ଭୋଲଟେଜ୍ ନେଟୱାର୍କକୁ ଛୁଇଁଥିଲା, ସେତେବେଳେ ଏହା ବିଦ୍ୟୁତ ତାର ଏବଂ କ୍ୟାମ୍ପରେ ଥିବା କିଛି ଜିନିଷରେ ନିଆଁ ଲାଗିଯାଇଥିଲା । ମୃତ ୯ ଜଣଙ୍କ ମଧ୍ୟରୁ ୬ ଜଣ କ୍ୟାମ୍ପର ବାସିନ୍ଦା ଏବଂ ତିନି ଜଣ ଇଣ୍ଟରନେଟ୍ କମ୍ପାନୀର କର୍ମଚାରୀ ଥିଲେ । ଅନ୍ୟ ଆଠ ଜଣ ଗୁରୁତର ଆହତ ହେବାରୁ ସେମାନଙ୍କୁହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମଏସଟି ସୁଚନା ଅନୁଯାୟୀ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଁଞ୍ଚିବା ପରେ ନିଆଁକୁ ଆୟତ୍ତ କରିଯାଇଥିଲା ।
ଏମଏସଟି କଣ?
ଆମେ ଆପଣଙ୍କୁ କହିରଖିୁଛୁ ଯେ, ବ୍ରାଜିଲରେ ଶ୍ରମିକ ମାନଙ୍କ ଲାଗି ଜମି ବଣ୍ଟନ ପାଇଁ ଏମଏସଟି ଆନ୍ଦୋଳ କରିଥିାଏ । ଏହି ସଂସ୍ଥା ବେଳେ ବେଳେ ସେହି ଜମି ଗୁଡ଼ିକୁ ନିଜ କବ୍ଚାକୁ ନେଇଯାଇଥାଏ । ଆଉ ପରେ ସରକାରଙ୍କ ଆଗରେ ଦାବି କରେ ଯେ, ସେହି ଜମିରେ କୌଣସି ଫସଲଉତ୍ପାଦ ହେଉନାହିଁ । ଆଉ ପରେ ସରକାରଙ୍କ ଆଗରେ ଦାବି କରନ୍ତି ସେହି ଜମିକୁ ନିଜ ଅକ୍ତିଆରରେ ରଖିବା ପାଇଁ ।













Click it and Unblock the Notifications