Get Updates
Get notified of breaking news, exclusive insights, and must-see stories!

ବାଂଲାଦେଶରେ ଏକ ବସ୍ତିରେ ନିଆଁ, ଭୟଙ୍କର ନିଆଁ, ଜଳିଗଲା ୧୫୦୦ରୁ ଅଧିକ ଘର

ବାଂଲାଦେଶ ରାଜଧାନୀ ଢାକାରେ ଏକ ବସ୍ତିରେ ନିଆଁ ଲାଗିବା ଯୋଗୁଁ ୧୫୦୦ରୁ ଅଧିକ ଘର ଜଳିଯାଇଛି । ଫଳରେ ହଜାର ହଜାର ଲୋକ ବାସହରା ହୋଇଛନ୍ତି । ହେଲେ ଘଟଣାରେ ଜନହାନୀ ହୋଇନାହିଁ । ୧୬ ଘଣ୍ଟାର କଠିନ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ଫାୟାର ସର୍ଭିସ ଡାଇରେକ୍ଟର ଲେଫନାଣ୍ଟ କର୍ନଲ ମହମ୍ମଦ ତାଜୁଲ ଇସ୍ଲାମ କହିଛନ୍ତି, ନିଆଁରେ ପାଖାପାଖି ୧୫୦୦ ବସ୍ତି ଘର ଜଳିଯାଇଛି, ସବୁକିଛି କ୍ଷତିଗ୍ରସ୍ତ ହୋଇଛି । ଫଳରେ ହଜାର ହଜାର ଲୋକ ବାସହରା ହୋଇଛନ୍ତି । ଏହି ବସ୍ତିରେ ପ୍ରାୟ ୬୦୦୦ ଲୋକ ରହୁଥିଲେ । ଏମାନଙ୍କ ମଧ୍ୟରେ ଅଧିକାଂଶ ଶରଣାର୍ଥୀ ରହିଥିଲେ । ବସ୍ତି ୧୬୦ ଏକରରୁ ଅଧିକ ଅଞ୍ଚଳରେ ପରିବ୍ୟାପ୍ତ ।

fire

ଯେଉଁ ଲୋକମାନଙ୍କ ଘର ଜଳିଛି, ସେମାନେ ପାଉଁଶ ଭିତରୁ ନିଜର ମୂଲ୍ୟବାନ ଜିନିଷ ଖୋଜୁଛନ୍ତି । ଲୋକମାନେ ବହୁତ ସମସ୍ୟାରେ ରହିଛନ୍ତି । ଦମକଳ ଗାଡି ବସ୍ତି ଭିତରେ ପଶିବାକୁ ଅସୁବିଧା ହୋଇଥିଲା । ତେଣୁ ନିଆଁ ଲିଭାଇବାକୁ ୧୬ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏଠିକାର ଲୋକ ଛୋଟ ମୋଟ କାମ କରି ଜୀବନ ଅତିବାହିତ କରୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+