ରିସୋର୍ଟରେ ଲାଗିଲା ଭୟଙ୍କର ନିଆଁ , ୧୦ ମୃତ
ତୁର୍କୀର ଏକ ରିସୋର୍ଟରେ ଭୟାବହ ଅଗ୍ନିକାଣ୍ଡ । ଉତ୍ତର-ପଶ୍ଚିମ ତୁର୍କୀର ଏକ ସ୍କି ରିସୋର୍ଟ ହୋଟେଲରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ହୋଇଛି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଏଥିରେ ପୋଡ଼ି ହୋଇ ଅନ୍ୟ ୩୨ ଜଣ ଗୁରୁତର ହୋଇଛନ୍ତି । ଦମକଳ ବାହିନୀ ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ୩୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତୁର୍କୀର ମନ୍ତ୍ରୀ ଅଲ୍ଲୀ ୟେରଲିକାୟା କହିଛନ୍ତି, ବୋଲୁ ପ୍ରଦେଶରେ ଥିବା ଏହି ରିସୋର୍ଟର ରେଷ୍ଟୁରାଣ୍ଟରେ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଲୋକମାନେ ଚିତ୍କାର କରିଥିଲେ । ଏହି ସମୟରେ ଦୁଇ ଜଣ ଭୟଭୀତ ହୋଇ ବିଲ୍ଡିଂରୁ ଡେଇଁ ପଡ଼ିବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିବା ଗଭର୍ଣ୍ଣର ଅବଦୁଲଅଜିଜ୍ ଆୟଦିନ୍ କହିଛନ୍ତି ।

ରଏଟର୍ସ ରିପୋର୍ଟ ଅନୁଯାୟୀ, ହୋଟେଲରେ ମୋଟ ୨୩୪ ଜଣ ଲୋକ ଉପସ୍ଥିତ ଥିଲେ। ଅଗ୍ନିକାଣ୍ଡରେ ଆହତ ୩୧ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। କର୍ତ୍ତୃପକ୍ଷ ନିଆଁକୁ ଆୟତ୍ତ କରିବା ପାଇଁ ଶୀଘ୍ର ପଦକ୍ଷେପ ନେଇଥିଲେ ମଧ୍ୟ ଦୁର୍ଘଟଣାରେ ଛଅ ଜଣଙ୍କ ଜୀବନ ବଞ୍ଚାଇବାରେ ବିଫଳ ହୋଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଏବେ ବି ନିଆଁକୁ ସମ୍ପୂର୍ଣ୍ଣ ଲିଭାଇବା ପାଇଁ ଚେଷ୍ଟା କରୁଛନ୍ତି। ଏହି ଦୁର୍ଘଟଣା ହୋଟେଲର ସୁରକ୍ଷା ମାନଦଣ୍ଡ ଉପରେ ପ୍ରଶ୍ନ ଉଠାଇଛି ଏବଂ ପ୍ରଶାସନ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛି।












Click it and Unblock the Notifications