ୟୁନିଭର୍ସିଟିରେ ଅଗ୍ନିକାଣ୍ତ:୧୪ ମୃତ
Fire at Iraq university: ଶୁକ୍ରବାର ସନ୍ଧ୍ୟାରେ ଉତ୍ତର ଇରାକ ବିଶ୍ୱବିଦ୍ୟାଳୟର ଏକ ଛାତ୍ରାବାସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ 14 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 18 ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ମୁଖ୍ୟ କହିଛନ୍ତି ଯେ, ଏହି ଘଟଣା ଏରବିଲର ସୋରନ ସହରରେ ଘଟିଛି।

ସୋରନ ସହରର ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ମୁଖ୍ୟ କାମରାମ ମୁଲ୍ଲା ମହମ୍ମଦଙ୍କ ଅନୁଯାୟୀ ନିଆଁକୁ ଆୟତ୍ତ କରାଯାଇଛି। ତେବେ ସରକାରୀ ଗଣମାଧ୍ୟମ ମୃତ୍ୟୁସଂଖ୍ୟାକୁ ନିଶ୍ଚିତ କରିଛି। ସ୍ଥାନୀୟ ନ୍ୟୁଜ୍ ଏଜେନ୍ସି ରୁଦାଓ ରିପୋର୍ଟ କରିଛି ଯେ ଶୁକ୍ରବାର ରାତିରେ ନିଆଁ ଲିଭାଇଛି। ।
At least 14 dead in fire at northern Iraq university dormitory, reports Reuters
— ANI (@ANI) December 8, 2023












Click it and Unblock the Notifications