ଜାଣନ୍ତୁ କାହଁକି ୧୦ ବର୍ଷ ପାଇଁ ଓସ୍କାର ପୁରସ୍କାର ଉତ୍ସବରେ ସାମିଲ ହେବାକୁ ବାସନ୍ଦ ହେଲେ ୱିଲ୍ ସ୍ମିଥ୍
Oscars 2025: ୨୦୨୨ ବର୍ଷର ଓସ୍କାର ପୁରସ୍କାର। ଅଭିନେତା ୱିଲ୍ ସ୍ମିଥ୍ ସମାରୋହକୁ ସହଜରେ ଭୁଲିପାରିବେ ନାହିଁ। ୯୪ତମ ଓସ୍କାର ପୁରସ୍କାର ସମାରୋହ ୨୭ ମାର୍ଚ୍ଚରେ ଲସ୍ ଆଞ୍ଜେଲସର ଡଲବି ଥିଏଟରରେ ଅନୁଷ୍ଠିତ ହୋଇଥିଲା। ହାସ୍ୟ ଅଭିନେତା କ୍ରିସ୍ ରକ୍ ଏହି ସମାରୋହକୁ ପରିଚାଳନା କରୁଥିଲେ। ଏହି ସମୟରେ, କ୍ରିସ୍ ୱିଲ୍ଙ୍କ ପତ୍ନୀ ଜାଡା ପିଙ୍କେଟ୍ଙ୍କ ମଜା କରିଥିଲେ। ଯାହା ପରେ ଓସ୍କର ଆଓ୍ୱାର୍ଡରେ ଖ୍ୟାତନାମା କମେଡିଆନ୍ କ୍ରିସ୍ ରକ୍କୁ ମୁଥ ମାରି ଚର୍ଚ୍ଚାର ଘେରକୁ ଆସିଥିଲେ ୱିଲ୍ ସ୍ମିଥ ।
କ୍ରିସଙ୍କ ମଜାରେ ୱିଲ୍ ଖୁବ୍ ରାଗିଯାଇଥିସେ । କାର୍ଯ୍ୟକ୍ରମ ମଝିରେ ୱିଲ୍ ସ୍ମିଥ୍ ଷ୍ଟେଜ ଉପରକୁ ଯାଇ କ୍ରିସ୍ ରକ୍କୁ ମୁଥା ମାରିଥିଲେ । ଏହି ଘଟଣାଟି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କେବଳ ଏତିକି ନୁହେଁ, ୱିଲ୍ କ୍ରିସଙ୍କୁ ଏହା ମଧ୍ୟ କହିଥିଲେ ଯେ ପରବର୍ତ୍ତୀ ସମୟରେ ମୋ ସ୍ତ୍ରୀର ନାମ ନେବ ନାହିଁ ।

ପ୍ରକୃତରେ, ୱିଲ୍ ସ୍ମିଥ ପତ୍ନୀଙ୍କ ଚୁଟି ବିଷୟରେ କହିଥିଲେ, ସେ ତାଙ୍କ ଅସୁସ୍ଥତା ଯୋଗୁଁ ତାଙ୍କ କେଶ କାଟି ଦେଇଥିଲେ। ସେ ସେତେବେଳେ ଆଲୋପେସିଆରେ ପୀଡିତ ଥିଲେ। ଏଥିରେ ମୁଣ୍ଡର କିଛି ଅଂଶରୁ କେଶ ଉଭାନ ହୋଇଯାଏ। ଏହି ଚାପୁଡ଼ା ଘଟଣା ପରେ ୱିଲ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ପରେ ଏକାଡେମୀ ଅଫ୍ ମୋସନ୍ ପିକଚର୍ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ୱସ୍କାର ଦ୍ୱାରା ୱିଲଙ୍କୁ ବ୍ୟାନ୍ କରାଯାଇଥିଲା । ଆଗାମୀ ୧୦ ବର୍ଷ ପାଇଁ ଓସ୍କାରରୁ ତାଙ୍କୁ ନିଷିଦ୍ଧ କରାଯାଇଛି। ୨୦୩୨ ପର୍ଯ୍ୟନ୍ତ ୱିଲ୍ ଏହି ପୁରସ୍କାରର ଅଂଶଗ୍ରହଣ କରିପାରିବେ ନାହିଁ । ୱିଲ୍ ମଧ୍ୟ ଏହି ନିଷ୍ପତ୍ତିକୁ ସମ୍ମାନ ଦେଇଥିଲେ।












Click it and Unblock the Notifications