ବାଲ୍ଟିରେ ପାଣି ଭର୍ତ୍ତି କର, ଶାହବାଜଙ୍କ ମନ୍ତ୍ରୀ ଦେଲେ ପରାମର୍ଶ
ପାକିସ୍ତାନର ପଞ୍ଜାବ, ପିଓକେ, କେପିକେ ସମେତ ବିଭିନ୍ନ ସ୍ଥାନରେ ବନ୍ୟା ତାଣ୍ଡବ ରଚାଇଛି। ବନ୍ୟା ଦ୍ୱାରା ଲକ୍ଷ ଲକ୍ଷ ଲୋକ ଏବଂ ପ୍ରାଣୀ ପ୍ରଭାବିତ ହୋଇଛନ୍ତି। ବ୍ୟାପକ ପରିମାଣରେ ଫସଲ ନଷ୍ଟ ହୋଇଛି। ଗୋଟିଏ ପଟେ ବନ୍ୟା ତାଣ୍ଡବ ରଚାଇଛି, ଅନ୍ୟପଟେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଅଜବ ମନ୍ତବ୍ୟ ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଆସିଫ ପାକିସ୍ତାନୀମାନେ ବନ୍ୟା ପାଣି ବାଲ୍ଟିରେ ସଂରକ୍ଷଣ କରିବା ଉଚିତ୍ ବୋଲି କହୁଥିବା ଶୁଣାଯାଉଛି।

ସିଆଲକୋଟର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ଖୱାଜା ଆସିଫ ସାମ୍ବାଦିକମାନଙ୍କୁ କହିଥିଲେ, ଭାରତରୁ ପ୍ରବାହିତ ହେଉଥିବା ବନ୍ୟାଜଳ ମୃତଦେହ, ଗାଈଗୋରୁ ଏବଂ ଭଗ୍ନାବଶେଷ ସାଙ୍ଗରେ ଆଣୁଛି। ଖୱାଜା ଆସିଫ ଦାବି କରିଛନ୍ତି ଯେ, ସ୍ଥାନୀୟ ଲୋକମାନେ ସୀମା ଆରପାରିରେ ମୃତଦେହ ଭାସୁଥିବାର ଦେଖିଛନ୍ତି। ସେସବୁ ଅଞ୍ଚଳରୁ ପାଣି ନିଷ୍କାସନ କରିବାକୁ ଚେଷ୍ଟା କରୁଥିବା ଉଦ୍ଧାରକାରୀ ଦଳଗୁଡ଼ିକର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।












Click it and Unblock the Notifications