ଲେବୋନାନ ଉପରେ ଇସ୍ରାଏଲ କଲା ଭୟଙ୍କର ରକେଟ ମାଡ଼, ଗଲା ୧୨୦ଜୀବନ
ନୂଆଦିଲ୍ଳୀ: ଲେବାନନ୍ରେ ଇସ୍ରାଏଲ ଓ ହିଜବୁଲା ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି। ଗତ ୪୮ ଘଣ୍ଟା ଭିତରେ ୧୨୦ ଜଣଙ୍କର ମୃତ୍ୟୁ ହୋଇଛି। ଲେବାନନ୍ର ନାଗରିକ ସୁରକ୍ଷା ସଂଗଠନ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି । ଏହା ଅନୁସାରେ, ଲେବାନନ୍ର ରାଜଧାନୀ ବେରୁଟର ବସ୍ତା ଅଞ୍ଚଳରେ ଇସ୍ରାଏଲ ଶନିବାର ସକାଳେ ଜୋରଦାର ଆକ୍ରମଣ କରିଛି, ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ୧୨ ଜଣ ଆହତ ହୋଇଛନ୍ତି। ଇସ୍ରାଏଲ ବେରୁଟର ଦକ୍ଷିଣ ଉପନଗର ହଦାତତ ଓ ଚୋଇଫାତ୍ରେ ଭୀଷଣ ବୋମାମାଡ କରିଛି। ସେଭଳି ଟାୟର ସହରର ସମୁଦ୍ର ଉପକୂଳରେ ଇସ୍ରାଏଲର ଡ୍ରୋନ୍ ଆକ୍ରମଣରେ ଦୁଇ ମତ୍ସ୍ୟଜୀବିଙ୍କର ମୃତ୍ୟୁ ହୋଇଛି।
ଇସ୍ରାଏଲ ବେରୁଣ ଉପରେ ଗତ ଏକ ସପ୍ତାହ ହେବ ଅତି କମ୍ରେ ଚାରେଟି ବଡ ଆକ୍ରମଣ କରିଛି। ଏହି ଆକ୍ରମଣ ଏଭଳି ସମୟରେ ହୋଇଛି, ଯେତେବେଳେ ଆମେରିକା ରାଷ୍ଟ୍ରଦୂତ ଓମୋସ ହୋଚଷ୍ଟିନ୍ ବର୍ତ୍ତମାନ ଯୁଦ୍ଧ ବିରତୀ ପାଇଁ ଏହି ଅଞ୍ଚଳର ଗସ୍ତରେ ଅଛନ୍ତି। ଇସ୍ରାଏଲ ଗାଜା ଓ ଲେବାନ୍ ଦୁଇ ପଟୁ ମଜବୁତ ହୋଇ ଲଢେଇ କରୁଛି।

ଦୁଇଟି ସ୍ଥାନରେ ବଳପୂର୍ବକ ଯୁଦ୍ଧ ଦେଖିବାକୁ ମିଳୁଛି। ଗତ ସପ୍ତାହରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ନିଜ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ନିଜ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟସ୍ଙ୍କ ସହ ଗାଜା ଗସ୍ତରେ ଥିଲେ। ସେଠାରେ ଏକ ଅଜଣା ସ୍ଥାନରେ ପହଁଞ୍ଚିଥିଲେ। ସେଠାରେ ସେ ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ପାଲେଷ୍ଟନୀୟଙ୍କୁ ପୁରସ୍କାର ଦେବାର ଘୋଷଣା ମଧ୍ୟ କରିଥିଲେ।ପ୍ରତି ବନ୍ଧକଙ୍କୁ ପ୍ରାୟ ୫୦ ଲକ୍ଷ ଡଲାର ବା ୩୮ କୋଟି ଟଙ୍କା ଦେବାକୁ ପ୍ରତିଶୃତି ଦେଇଛନ୍ତି।












Click it and Unblock the Notifications