ମର୍ମନ୍ତୁଦ ସଡକ ଦୁର୍ଘଟଣା; ଯାତ୍ରୀବାହୀ ବସ ଦୁର୍ଘଟଣାରେ ୧୯ ମୃତ , ୭ ଗୁରୁତର

ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍‌ ଟ୍ରାକ୍ଟର ଟ୍ରଲିକୁ ପଛପଟୁ ଧକ୍କା ଦେଇଛି। ଫଳରେ ଉଭୟ ଗାଡ଼ି ଖାଇକୁ ଖସି ପଡିଛି। ଏଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ମେକ୍ସିକୋର ଜାତୀୟ ରାଜପଥରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

accident

ସ୍ଥାନୀୟ ଅଧିକାରୀଙ୍କ କହିବା ମୁତାବକ, ଶନିବାର ସକାଳୁ ମେକ୍ସିକୋର କେନ୍ଦ୍ରୀୟ ରାଜ୍ୟ ଜାକାଟେକାସର ରାଜପଥରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ଜଣ ଆହତ ହୋଇଛନ୍ତି। ଏକ ଯାତ୍ରୀବାହୀ ବସ୍ ଦ୍ରୁତ ଗତିରେ ଆସି ମକ୍କା ନେଇ ଯାଉଥିବା ଏକ ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ବସ୍ ଏବଂ ଟ୍ରାକ୍ଟର ଭାରସାମ୍ୟ ହରାଇ ଖାଇକୁ ଖାସି ପଡିଥିଲେ।

ଜାକାଟେକାସ୍ ଗଭର୍ଣ୍ଣର ଡେଭିଡ୍ ମୋନେରାଲ୍ ପ୍ରଥମେ ଏହି ଦୁର୍ଘଟଣାରେ ୨୪ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାଇଥିଲେ, କିନ୍ତୁ ପରେ ରାଜ୍ୟ ଆଟର୍ଣ୍ଣି ଜେନେରାଲ୍ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ସଂଶୋଧନ କରି ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ରେସ୍କ୍ୟୁଟିମ୍‌ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଖାଇକୁ ଖସିପଡିଥିବା କିଛି ମୃତଦେହକୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+