ଭୟଙ୍କର ବିମାନ ଦୁର୍ଘଟଣା; ୧୭୯ ଜଣ ମୃତ, ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ସରକାର

ରବିବାର ଦକ୍ଷିଣ କୋରିଆର ମୁଆନ ବିମାନବନ୍ଦରରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟି ୧୭୯ ଜଣ ପ୍ରାଣ ହରାଇଛନ୍ତି। ତେବେ ବିମାନରେ ଥିବା ୨ ଜଣ କ୍ରିଉ ସଦସ୍ୟ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିବା କୁହାଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଥାଇଲାଣ୍ଡ ନାଗରିକ ଥିବାବେଳେ ଅନ୍ୟ ସମସ୍ତେ ଦକ୍ଷିଣ କୋରିଆ ବାସିନ୍ଦା ବୋଲି ଜଣାପଡିଛି। ବିମାନର ସମ୍ମୁଖ ଭାଗ ଲ୍ୟାଣ୍ଡିଂ ଗିୟର ନ ଖୋଲିବା ଫଳରେ ଦୁର୍ଘଟଣା ଘଟିଥିବା ପ୍ରକାଶ।

plane crash

ଇତିମଧ୍ୟରେ ବିମାନର ବ୍ଲାକବକ୍ସ ଉଦ୍ଧାର କରାଯାଇଛି। ଏହାକୁ ତର୍ଜମା କରାଗଲେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି। ଦକ୍ଷିଣ କୋରିଆ ସରକାର ଜାନୁଆରୀ ୪ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ଘଟଣାରେ ଦକ୍ଷିଣ କୋରିଆର କାମଚଳା ରାଷ୍ଟ୍ରପତି ଚୋଇ ସାଙ୍ଗ୍‌-ମୋକ୍‌ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଦକ୍ଷିଣ କୋରିଆ ବିମାନ ଚଳାଚଳ ଇତିହାସରେ ଏହା ସବୁଠାରୁ ଭୟଙ୍କର ଦୁର୍ଘଟଣା ବୋଲି କୁହାଯାଇଛି। ୨୦୦୨ରେ ଏୟାର ଚାଇନାର ଏକ ବିମାନ ଦକ୍ଷିଣ କୋରିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ୧୨୯ ଜଣଙ୍କର ମୃତ୍ୟୁ ଘଟିଥିଲା। ବିମାନଟି ବ୍ୟାଙ୍କକ୍‌ରୁ ଉଡାଣ ଆରମ୍ଭ କରିବା ସମୟରେ ସେଥିରେ କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇନଥିଲା। ତେବେ ମୁଆନ୍‌ରେ ଅବତରଣ ପୂର୍ବରୁ କୌଣସି ପକ୍ଷୀ ସହ ଧକ୍କା ହେବାରୁ ଲ୍ୟାଣ୍ଡିଂ ଗିୟର ଅକାମୀ ହୋଇପଡିଥିବା ଆଶଙ୍କା କରାଯାଉଛି। ସ୍ବଦେଶ ଫେରୁଥିବା ଯାତ୍ରୀଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦର ଆସିଥିବା ଆତ୍ମୀୟ ସ୍ବଜନଙ୍କ କରୁଣ କ୍ରନ୍ଦନରେ ପରିବେଶ ଶୋକାକୁଳ ହୋଇପଡିଥିବା ପରିଲକ୍ଷିତ ହୋଇଛି।
ସୂଚନାଯୋଗ୍ୟ ୧୭୫ ଯାତ୍ରୀ ଓ ୬ ବିମାନ କର୍ମଚାରୀଙ୍କୁ ନେଇ ଜେଜୁ ଏୟାରଲାଇନ୍ସର ଏହି ବୋଇଙ୍ଗ ୭୩୭-୮୦୦ ବିମାନ ଥାଇଲାଣ୍ଡର ବ୍ୟାଙ୍କକ୍‌ରୁ ଆସୁଥିଲା। ରବିବାର ସକାଳ ୯ଟା ୩୦ ମିନିଟରେ ଏହା ମୁଆନ ବିମାନବନ୍ଦରରେ ଅବତରଣ କରିଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନର ସମ୍ମୁଖ ଭାଗ ଲ୍ୟାଣ୍ଡିଂ ଗିଅର (ଆଗ ଚକ) ଖୋଲିନଥିଲା। ଫଳରେ ପାଇଲଟ ବିମାନର ବେଲି ଲ୍ୟାଣ୍ଡିଂ ଉଦ୍ୟମ କରିଥିଲେ। ତେବେ ବେଗ ନିୟନ୍ତ୍ରଣ କରିନପାରିବାରୁ ବିମାନଟି ରନ୍‌ୱେରୁ ବାହାରି ଯାଇ ବିମାନବନ୍ଦରର କଂକ୍ରିଟ୍‌ ପାଚେରି ସହ ଧକ୍କା ଖାଇବାପରେ ପ୍ରଚଣ୍ଡ ବିସ୍ଫୋରଣ ସହ ସେଥିରେ ନିଆଁ ଲାଗିଯାଇଥିଲା। ବିମାନବନ୍ଦରରେ ଥିବା ଦମକଳ ବାହିନୀ ନିଆଁ ଲିଭାଇବାରେ ଲାଗିପଡିଥିଲେ ସୁଦ୍ଧା ଅଧିକାଂଶ ଯାତ୍ରୀ ପୋଡି ହୋଇ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ କେବଳ ପଛପଟର କିଛି ଅଂଶ ଦୃଶ୍ୟମାନ ହେଉଛି। ଜେଜୁ ଏୟାରଲାଇନ୍ସ ପକ୍ଷରୁ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+