ଗ୍ରାଉଣ୍ତ ଜିରୋ ରିପୋର୍ଟିଂ କରୁଥିଲେ ସାମ୍ବାଦିକ, ସେପଟେ ଚାଲିଗଲା ସ୍ତ୍ରୀ, ପୁଅର ଜୀବନ
ହମାସ-ଇସ୍ରାଏଲ ଯୁଦ୍ଧ: ହମାସ-ଇସ୍ରାଏଲ ଯୁଦ୍ଧତ ଚାଲିଛି ହେଲେ ତା ମଧ୍ୟରେ ହଜାର ହଜାର କାହାଣୀ ପ୍ରକାଶ ପାଉଛି । କ୍ଷଣିକ ମଧ୍ୟରେ ଅନେକ ପରିବାର ନଷ୍ଚ ହୋଇଯାଉଛି । କେଉଁଠି ମାତା-ପିତାଙ୍କ ସାମ୍ନାରେ କଅଁଳା ଶିଶୁର ଜୀବନ ଚାଲିଯାଉଛି ତ କେଉଁଠି ପିଲାକୁ ଏକା କରି ଆଖି ବୁଜି ଦେଉଛି ପରିବାର । ଏପରି ଅନେକ ଦୁଃଖଦ ଘଟଣା ଯୁଦ୍ଧ ଭୂମିରୁ ଆସୁଛି ।
ଏହାରି ମଧ୍ୟରେ ଜଣେ କର୍ତ୍ତବ୍ୟ ପରାୟଣ ସାମ୍ବାଦିକଙ୍କୁ ନେଇ ଏକ ଖବର ପ୍ରକାଶ ପାଇଛି । ଗୋଟେ ପଟେ ସେ ଯୁଦ୍ଧ ଭୂମିରେ ଗ୍ରାଉଣ୍ତ ଜିରୋ ରିପୋର୍ଟିଂ କରୁଥିଲେ ଅନ୍ୟପଟେ ସଫା ହୋଇଗଲା ପୁରା ପରିବାର । ଗୋଟିଏ ରକେଟ୍ ମାଡ଼ରେ ଆଖି ପିଛୁଳାକେ ସବୁ କିଛି ହୋଇଯାଇଥିଲା ଅନ୍ଧାର । କ୍ଷଣିକ ମଧ୍ୟ ବଦଳିଯାଇଥିଲା ତାଙ୍କ ଜୀବନ । କାରଣ ରକେଟ୍ ମାଡ଼ରେ ତାଙ୍କ ପତ୍ନୀ, ପୁଅ ଏବଂ ଝିଅ ସମେତ ପରିବାରର ଚାରି ଜଣ ସଦସ୍ୟଙ୍କର ହୋଇଥିଲା ମୃତ୍ୟୁ ।

ସୂଚନା ଅନୁସାରେ, ୫୩ ବର୍ଷୀୟ ସାମ୍ବାଦିକ ୱେଲ୍ ଅଲ ଦହଦୋହା ଅଲ୍ ଜଜିରା ନ୍ୟୁଜ ଚ୍ୟାନେଲର ଜଣେ ଚର୍ଚ୍ଚିତ ସାମ୍ବାଦିକ ସେ ନିଜ ପୁରା ପରିବାରକୁ ଶରଣାର୍ଥୀ ଶିବିରରେ ରଖି ଯୁଦ୍ଧ ଭୂମିରେ ଗ୍ରାଉଣ୍ତ ଜିରୋ ରିପୋର୍ଟିଂ କରୁଥିଲେ । ହେଲେ ଫେରିବା ପରେ ଡାକ୍ତରଖାନାରେ ଶହ ଗୃହରେ ପାଇଥିଲେ ନିଜ ପିରବାରକୁ ।
ମୃତ ପରିବାରକୁ ଦେଖି ଆଉ ନିଜକୁ ସେ ସମ୍ବାଳି ପାରିନଥିଲେ । କ୍ୟାମେରା ଛାଡି ମୃତ ପୁଣି-ଝିଅଙ୍କୁ ଧରି ଚିତ୍କାର କରି କାନ୍ଦିବା ଆରମ୍ଭ କରିଥିଲେ ସେ । ଏହି ଘଟଣାକୁ ଫଟୋ ସହ ଅଲ୍ ଜଜିରା ନ୍ୟୁଜ୍ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ଆଜି ସୋସିଆଲ ମିଡିଆର ଏହି ଭିଡିଓ ଫଟୋ ଭାଇରାଲ ହେବାରେ ଲାଗିଛି ।
ଏହି ଘଟଣାକୁ ନେଇ ଅଲ୍ ଜଜିରା ସାମ୍ବାଦିକ କହିଛନ୍ତି, ଇସ୍ରାଏଲ ସେନା ବହୁ ସଂଖ୍ୟାରେ ଲୋକଙ୍କ ଘର ଉପରେ ବୋମା ମାଡ଼ କରୁଛି । ଏହା ଇସ୍ରାଏଲ ଦଖଲ ପରମ୍ପରା । ହେଲେ ଶେଷରେ ଆମେ ଏହି ସ୍ଥାନରେ ରହିଛୁ । ଏହା ଆମର ଭାଗ୍ୟ, ଆମର ପସନ୍ଦ, ଧର୍ଯ୍ୟ ଆମେ ଏହି ରାସ୍ତାରୁ ବିଚ୍ୟୁତ ହେବୁ ନାହିଁ ।
ସୂଚଯାଥାଉ ଯେ, ଇସ୍ରାଏଲ-ହମାସ ଯୁଦ୍ଧ ପାଇଁ ଗାଜାରୁ ବିସ୍ଥାପିତ ହୋଇଥିବା ପରିବାରଙ୍କ ମଧ୍ୟରେ ସାମ୍ବାଦିକଙ୍କ ପରିବାର ମଧ୍ୟ ଥିଲା । ଗାଜା ଷ୍ଟ୍ରିପ୍ ଛାଡିବା ପରେ ସାମ୍ବାଦିକଙ୍କ ପରିବାର ଏକ ଆସ୍ଥାୟୀ ଘରେ ରହିଥିଲେ ।












Click it and Unblock the Notifications