ଆମେରିକା ପୋଲିସ ଗୁଳିରେ ତେଲେଙ୍ଗାନା ଯୁବକଙ୍କ ମୃତ୍ୟୁ,ଜାଣନ୍ତୁ କଣ ପୁରା ମାମଲା ?

ଆମେରିକାରେ ରହୁଥିବା ତେଲେଙ୍ଗାନା ମହବୁବ ନଗରର 30 ବର୍ଷୀୟ ମହମ୍ମଦ ନିଜ୍ଜାନୁଦ୍ଦିନଙ୍କର ସେଠିକା ପୋଲିସର ଗୁଳିରେ ମୃତ଼୍ୟୁ ଘଟିଛି । ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଗୁରୁବାର ସୂଚନା ଦିଆ ଯାଇଛି । ମହମ୍ମଦ ନିଜ୍ଜାନୁଦ୍ଦିନ ମାଷ୍ଟର ଡିଗ୍ରୀ ଶେଷ କରିବା ପରେ ଆମେରିକାରେ ସଫ୍ଟୱେର୍ ପ୍ରଫେସନାଲ ଭାବରେ କାମ କରିବା ପାଇଁ ଯାଇଥିଲେ । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ତାଙ୍କ ରୁମମେଟଙ୍କ ସହ କୌଣସି କାରଣରୁ ଝଗଡା ହୋଇଥିଲା । ଏହା ପରେ ନିଜ୍ଜାନୁଦ୍ଦିନ ପୋଲିସ ଗୁଳିର ଶୀକାର ହୋଇଥିଲେ । ପୋଲିସ ତାଙ୍କ ରୁମରୁ 2ଟି ଛୁରୀ ଜବତ କରିଛି ।

firing

ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କାଲିଫର୍ଣ୍ଣିଆରେ ଏକ ସପ୍ଟଓୟାର କମ୍ପାନୀରେ ମହମ୍ମଦ ନିଜାମୁଦ୍ଦିନ କାମ କରନ୍ତି । ତାଙ୍କୁ ସେପ୍ଟେମ୍ବର 3 ତାରିଖ ଦିନ ହତ୍ୟା କରାଯାଇଛି । ହେଲେ ତାଙ୍କ ହତ୍ୟାର କାରଣ ଏ ଯାଏ ସ୍ପଷ୍ଟ ହୋଇ ପାରିନାହିଁ । ମହମ୍ମଦ ନିଜାମୁଦ୍ଦିନସଙ୍କ ବାପା ମହମ୍ମଦ ହସନୁଦ୍ଦିନ ପୁଅର ଜଣେ ବନ୍ଧୁଙ୍କଠାରୁ ଏ ସମ୍ପର୍କରେ ସୂଚନା ପାଇଥିଲେ । ବାପା ମହମ୍ମଦ ହସନୁଦ୍ଦିନ କହିଛନ୍ତି, ସେ ଗୁରୁବାର ସକାଳେ ଏହି ଘଟଣା ବିଷୟରେ ଜାଣିଥିଲେ । ତାଙ୍କ ପୁଅର ମୃତଦେହକୁ ମହବୁବନଗର ଫେରାଇ ଆଣିବାରେ ସାହାଯ୍ୟ କରିବା ପାଇଁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଅନୁରୋଧ କରିଥିଲେ।

ଏହି ଘଟଣା ନେଇ ସ୍ଥାନୀୟ ସାଣ୍ଟା କ୍ଲାରା ପୋଲିସ ଏକ ବୟାନ ଜାରି କରିଛି । ଏଥିରେ କହିଛି, 'ଆଇଜେନହାୱର ଡ୍ରାଇଭରେ ଥିବା ଏକ ଘରେ ଜଣେ ବ୍ୟକ୍ତି ତାଙ୍କ ରୁମମେଟଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗୁଳି କରିଛି। ଘଟଣାଟି ସେପ୍ଟେମ୍ବର 3 ତାରିଖ ସକାଳ ପ୍ରାୟ 6:18 ରେ ଘଟିଥିଲା। ଉକ୍ତ ବ୍ୟକ୍ତି ଜଣକ ପୋଲିସର କଥା ମାନିବାକୁ ମନା କରିବାରୁ ତାଙ୍କୁ ଗୁଳି କରାଯାଇଥିଲା। ରୁମମେଟଙ୍କୁ ଅନେକ ଆଘାତ ଲାଗିଥିବାବେଳେ ସେ ଗୁରୁତର ଅବସ୍ଥାରେ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କର ଚିକିତ୍ସା ଚାଲିଛି। ପୋଲିସ ଗୁଳିରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।'

ପୁଅର ମୃତ୍ୟୁ ଖବର ଜାଣିବା ପରେ ପରିବାର ଲୋକ ଶୋକରେ ଭାଙ୍ଗି ପଡିଛନ୍ତି । ବାପା ମହମ୍ମଦ ହସନୁଦ୍ଦିନ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଚିଠି ଲେଖି ପୁଅର ମୃତଦେହକୁ ମହବୁବନଗର ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଆଜି ସକାଳେ ଏ ବିଷୟରେ ଜାଣିବାକୁ ପାଇଲେ । ତାଙ୍କ ପୁଅକୁ ସାଣ୍ଟା କ୍ଲାରା ପୋଲିସ ଗୁଳି କରିଛି । ତାଙ୍କ ମୃତଦେହ କାଲିଫର୍ନିଆର ସାଣ୍ଟା କ୍ଲାରାର ଏକ ହସ୍ପିଟାଲରେ ଅଛି । ତେବେ ପୋଲିସ ତାଙ୍କୁ କାହିଁକି ଗୁଳି କରିଛି ତାହା ସେ ଜାଣି ନାହାଁନ୍ତି ବୋଲି କହିଛନ୍ତି ହସନୁଦ୍ଦିନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+