F-16 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ
F-16 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ। ରିହର୍ସଲ ଚାଲିଥିବା ବେଳେ ଘଟିଥିଲା ଦୁର୍ଘଟଣା। ଲଢ଼ୁଆ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇ ତଳେ ପଡ଼ିଥିଲା। ଘଟଣାରେ ଜଣେ ସେନାଙ୍କ ସହିଦ ହୋଇଛି। ଏକ ଏୟାର ସୋ' ପାଇଁ ଅଭ୍ୟାସ ଚାଲିଥିବା ସମୟରେ ପୋଲାଣ୍ଡ ବାୟୁସେନାର ଏକ ଏଫ୍-୧୬ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଲଢ଼ୁଆ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଅଗ୍ନି ପିଣ୍ଡୁଳାରେ ପରିଣତ ହେବା ଫଳରେ ପୋଲାଣ୍ଡ ସେନା ପାଇଲଟଙ୍କ ମୃତ୍ୟୁ ହୋଇଛି। ପୋଲାଣ୍ଡର ଉପ-ପ୍ରଧାନମନ୍ତ୍ରୀ ଭ୍ଲାଡିସ୍ଲାଭ କୋସିନିଆକ-କାମିଜ ଏହି ଖବରକୁ ନିଶ୍ଚିତ କରିଛନ୍ତି ଏବଂ ବାୟୁସେନା ପାଇଁ ଏକ ବଡ଼ କ୍ଷତି ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ମଧ୍ୟ ପୋଲାଣ୍ଡର ରାଡୋମ ସହରରେ ଘଟିଛି।













Click it and Unblock the Notifications