Get Updates
Get notified of breaking news, exclusive insights, and must-see stories!

କାବୁଲ ବିସ୍ଫୋରଣ: ଜଣେ ଆମେରିକା ନାଗରିକଙ୍କ ଆଖିଦେଖା ବର୍ଣନା- କାଗଜ ଭଳି ଉଡୁଥିଲା ଶବ

କାବୁଲର ଆନ୍ତର୍ଜାତିକ ବିମାନ ବନ୍ଦରରେ ଗୁରୁବାର ସନ୍ଧ୍ୟାରେ ସଂଘଟିତ ବିସ୍ଫୋରଣରେ ଏବେ ଯାଏଁ ୧୦୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ପ୍ରାପ୍ତ ହୋଇଛି। ବିମାନ ବନ୍ଦର ବାହାରେ ଗୁରୁବାର ସନ୍ଧ୍ୟାରେ ହୋଇଥିବା ଆତଙ୍କବାଦି ଆକ୍ରମଣର ଯେଉଁ ଚିତ୍ର ସାମନାକୁ ଆସୁଛି ତାହା ହୃଦୟ ବିଦାରକ ଅଟେ। ଏହି ବିସ୍ଫୋରଣରୁ ବଂଚିଯାଇଥିବା ଜଣେ ଆମେରିକୀୟ ନାଗରିକ ନିଜ ସାମନା ଘଟି ଯାଇଥିବା ଛାତିଥରା ବିସ୍ଫୋରଣର ଦୃଶ୍ଯକୁ ବୟାନ କରିଛନ୍ତି। ସେ ଆନ୍ତର୍ଜାତିକ ବିକାଶ ସମ୍ବନ୍ଧୀତ ଏକ ପ୍ରକଳ୍ପ କାର୍ଯ୍ଯରେ ଆମେରିକାର ସ୍ବତନ୍ତ୍ର ଭିସା ଦ୍ବାରା ଆଫଗାନିସ୍ଥାନ ଯାଇଥିଲେ।

kabul blast

ବିସ୍ଫୋରଣକୁ ସାମ୍ନା କରିଥିବା ନାଗରିକ ଏମିତି ବର୍ଣନା କଲେ:

ନାମ ଗୋପନ ରଖି ଏହି ନାଗରିକ ଜଣକ କରିଛନ୍ତି ଯେ, ବିସ୍ଫୋରଣ ହେବା ସମୟରେ ଛୋଟପିଲା ଏବଂ ବୃଦ୍ଧଙ୍କ ସମେତ ମହିଳାଙ୍କ ଶରୀରର ଛୋଟ ଛୋଟ ଖଣ୍ଡ ଆକାଶରେ ଉଡିବାରେ ଲାଗିଲା। ବାତ୍ୟା ସମୟରେ ପତ୍ର, କାଗଜ, ଜରି ଇତ୍ୟାଦି ଉଡିବା ଭଳି ଏହି ଦୃଶ୍ଯ ଭୟଙ୍କର ଥିଲା। ମୋ ପାଇଁ ଗୁରୁବାରର ଦିନ ଟିକିଏ ଜଲ୍‌ଦି ଆରମ୍ଭ ହୋଇଯାଇଥିଲା। ହଜାର ହଜାର ଲୋକଙ୍କ ଭଳି ମୁ ବି ଆଶା କରୁଥିଲି ବିମାନ ବନ୍ଦର ଗେଟ୍ ଭିତରକୁ ପଶିଯିବାର ମୌକା ମିଳିବ ବୋଲି। ରେସ୍କ୍ୟୁ ଅପରେସନର ଶେଷ ଦିନରେ କୌଣସ ଏକ ଫ୍ଲାଇଟ୍‌ରେ ଟିକେ ଜାଗା ମିଳିଯିବ ବୋଲି ମୁ ଭାବୁଥିଲି।ବିମାନ ବନ୍ଦର ଗେଟ୍ ବାହାରେ ଅପେକ୍ଷା କରି କରି ପ୍ରାଅୟ ୧୦ ଘଣ୍ଟା ବିତି ଯାଇଥାଏ। ସନ୍ଧ୍ୟା ୫ଟା ବାଜିଥାଏ। ହଠାତ୍ ଏମିତି ଲାଗିଲା ସତେ ଯେପରି କାନର ଦୁଇ ପରଦା ଫାଟିଗଲା। କିଛି କ୍ଷଣ ଯାଏଁ କାନକୁ କିଛି ଶୁଣାଗଲାନି। ମୁ ଲୋକମାନଙ୍କ ଦେହର ଖଣ୍ଡ ବିଖଣ୍ଡିତ ଅଂଶ ଗୁଡିକ ଉଡୁଥିବାର ଏମିତି ଦେଖିଲି ଯେମିତି ବାତ୍ୟା ସମୟରେ ପତ୍ର ଓ କାଗଜ ଆକାଶରେ ଉଡିଥାଏ। ଏହି ଭୟଙ୍କର ଦୃଶ୍ଯ ଦେଖିବା ଅସମ୍ଭବ ଲାଗୁଥିଲେ ବି ମୋ ଆଗରେ ଘଟିଥିବା ସତ ଥିଲା।

ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଗଲା। ଯେଉଁମାନେ ମୃତ, ସେମାନଙ୍କୁ ନେବାକୁ କେହି ନାହିଁ । ଏଠାରେ ରାସ୍ତା କଡରେ, ଏଣେତେଣେ ଶବ ପଡି ରହିଛି। ନାଳରେ ଯେଉଁ ଅଳ୍ପ କିଛି ପାଣି ଥିଲା, ମୃତକଙ୍କ ରକ୍ତରେ ଏବେ ଲାଲ୍ ଜଣାପଡୁଛି। ଆଜି ମୁ ବଞ୍ଚି ଯାଇଛି ବିନା ଆଘାତରେ, ହେଲେ ଏହି ଘଟଣା ଯେଁ ଆଘାତ ମୋ ହୃଦୟକୁ ପହଞ୍ଚାଇଛି ତାହା କେବେ ଶୁଖିବ ନାହିଁ ସମ୍ଭବତଃ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+