ଯୁଦ୍ଧବିରତି ଘୋଷଣା ସ୍ୱତ୍ତେ ଇରାନ ଉପରେ ବୋମର ବର୍ଷା କଲା ଇସ୍ରାଏଲ

ମଙ୍ଗଳବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ସେମାନେ "ବୋମା ଫୋପାଡ଼ନ୍ତୁ ନାହିଁ" ଏବଂ ତୁରନ୍ତ ତାଙ୍କ ପାଇଲଟମାନଙ୍କୁ ଘରକୁ ଫେରାଇ ଆଣନ୍ତୁ। ଏହି ଚେତାବନୀ ଏକ ସମୟରେ ଆସିଛି ଯେତେବେଳେ ଇରାନ ପୁନର୍ବାର ମିସାଇଲ ଆକ୍ରମଣ କରିଥିବା ଇସ୍ରାଏଲୀ ସେନା ଦାବି କରିଛି ଏବଂ ପ୍ରତିଶୋଧ ନେବାକୁ ଧମକ ଦେଇଛି। ଏହା ପୂର୍ବରୁ ଆମେରିକା ଇରାନ ଓ ଇସ୍ରାଏଲ ମଧ୍ୟରେ ଏକ ଦ୍ୱିପାକ୍ଷିକ ଯୁଦ୍ଧବିରତି ଚୁକ୍ତି କରାଇଥିଲା।

ଟ୍ରମ୍ପ ତାଙ୍କ ଟ୍ରୁଥ ସୋସିଆଲ ପ୍ଲାଟଫର୍ମରେ ଲେଖିଛନ୍ତି, "ଇସ୍ରାଏଲ, ସେହି ବୋମାଗୁଡ଼ିକୁ ଫୋପାଡ଼ନ୍ତୁ ନାହିଁ। ଯଦି ଆପଣ ତାହା କରନ୍ତି, ଏହା ଏକ ଗୁରୁତର ଉଲ୍ଲଂଘନ ହେବ। ତୁରନ୍ତ ଆପଣଙ୍କ ପାଇଲଟମାନଙ୍କୁ ଘରକୁ ଫେରାନ୍ତୁ! - ଡୋନାଲ୍ଡ ଜେ. ଟ୍ରମ୍ପ, ଆମେରିକାର ରାଷ୍ଟ୍ରପତି।"

neta

ଇରାନୀ ଗଣମାଧ୍ୟମ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ତେହେରାନର ଉତ୍ତର ଭାଗରେ ଦୁଇଟି ବଡ଼ ବିସ୍ଫୋରଣ ଶୁଣାଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଟ୍ରମ୍ପ୍ ଯୁଦ୍ଧବିରତି ଘୋଷଣା କରିବା ପରେ ମଧ୍ୟ ଇସ୍ରାଏଲ୍ ଇରାନ ଉପରେ ଆକ୍ରମଣ ବନ୍ଦ କରିନାହିଁ। ଇସ୍ରାଏଲର ଏହି ପଦକ୍ଷେପ ଯୁଦ୍ଧବିରତି ପ୍ରୟାସକୁ ନଷ୍ଟ କରିବାର ଆଶଙ୍କା ଦେଖାଦେଇଛି। ଇସ୍ରାଏଲ୍ ଆର୍ମି ରେଡିଓ ସୂଚନା ଦେଇଛି ଯେ ଇସ୍ରାଏଲ୍ ବାୟୁସେନା ତେହେରାନ ନିକଟରେ ଏକ ରାଡାର ଉପରେ ଆକ୍ରମଣ କରିଛି।

ସେପଟେ ଆରବ ଦେଶମାନେ ଉଭୟ ଦେଶଙ୍କୁ ଯୁଦ୍ଧବିରତି ପାଳନ କରିବାକୁ ଅନୁରୋଧ କରିଛନ୍ତି, ଯେତେବେଳେ ଟ୍ରମ୍ପ୍ ଇସ୍ରାଏଲର ଆକ୍ରମଣାତ୍ମକ ଆଭିମୁଖ୍ୟ ଉପରେ ନିରାଶା ମଧ୍ୟ ପ୍ରକାଶ କରିଛନ୍ତି। ଇସ୍ରାଏଲର ଏହି ଆକ୍ରମଣ ପୁଣି ଥରେ ଯୁଦ୍ଧକୁ ତ୍ୱରାନ୍ୱିତ କରିପାରେ।ଇସ୍ରାଏଲ ଉପରେ କ୍ଷୁବଧ ଟ୍ରମ୍ପ କହିଥିଲେ, "ଉଭୟ ପରସ୍ପର ଉପରେ ଏତେ ବୋମା ପକାଇଥିଲେ ଯାହା ମୁଁ ପୂର୍ବରୁ କେବେ ଦେଖିନାହିଁ। ମୁଁ ଇସ୍ରାଏଲ ସହିତ ଖୁସି ନୁହେଁ, କିନ୍ତୁ ମୁଁ ପ୍ରକୃତରେ ଦୁଃଖିତ। ଇସ୍ରାଏଲକୁ ସମାଲୋଚନା କରି ଟ୍ରମ୍ପ୍ କହିଛନ୍ତି ଯେ ଇସ୍ରାଏଲ୍ ଏବଂ ଇରାନ ଜାଣିନାହାଁନ୍ତି ଯେ ସେମାନେ କ'ଣ କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+