ଭୟଙ୍କର ବିସ୍ଫୋରଣରେ ଥରିଲା କାବୁଲ
ପୁଣି ଭୟଙ୍କର ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନର ରାଜଧାନୀ କାବୁଲ।
କାବୁଲ: ପୁଣି ଭୟଙ୍କର ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନର ରାଜଧାନୀ କାବୁଲ। କାବୁଲ ଶିକ୍ଷାନୁଷ୍ଠାନ ବିସ୍ଫୋରଣ ଘଟଣାକୁ ଦୁଇ ଦିନ ବିତି ନଥିବା ବେଳେ ପୁଣି କାବୁଲରେ ଏକ ମସଜିଦ ନିକଟରେ ବୋମା ବିସ୍ଫୋରଣ ହେଇଛି। ଏଥିରେ ଅନେକ ସାଧାରଣ ନାଗରିକ ମୃତାହତ ହୋଇଥିବା ଜଣାପଡିଛି। ଏନେଇ ତାଲିବାନ ସୂଚନା ଦେଇଛି।

ବର୍ତ୍ତମାନ ଯାଏଁ ଆକ୍ରମଣ ପଛରେ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହିଁ। ଆଇଏସ୍ଆଇଏସ୍-କେ ତଥା ଇସଲାମିକ-ଷ୍ଟେଟ୍-ଖୁରାସନ ଏହି ଆକ୍ରମଣ କରିଥାଇ ପାରେ ବୋଲି କୁହାଯାଉଛି। ଏହା ହେଉଛି ବିଶ୍ୱ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟର ଆଫଗାନିସ୍ତାନ ଶାଖା। ଆଇଏସଆଇଏସ ତାଲିବାନର ଜଣେ ଶତ୍ରୁ ଭାବରେ ପରିଚିତ। ଯିଏ ଲଗାତର ଭାବେ ତାଲିବାନ ବିରୁଦ୍ଧରେ ଆକ୍ରମଣ କରୁଛି।
ଶନିବାର ଅନେକ ହାଜରା କମ୍ୟୁନିଟିର ମହିଳା କଳା ପୋଷାକ ପିନ୍ଧି କାଜ ଶିକ୍ଷାନୁଷ୍ଠାନ ବିସ୍ଫୋରଣ ନେଇ ବିକ୍ଷୋଭ କରୁଥିବା ଦେଖାଯାଇଥିଲା । ଶିକ୍ଷାନୁଷ୍ଠାନରେ ପରୀକ୍ଷା ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଫଳରେ ଏଥିରେ 19ଟି ମୃତଦେହ ମିଳିଥିବା ବେଳେ 27 ଜଣ ଆହତ ହୋଇଥିଲେ । ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତି ଲାଗି ରହିଥିଲା ।












Click it and Unblock the Notifications