Get Updates
Get notified of breaking news, exclusive insights, and must-see stories!

ନାଇଜେରିଆ ତୈଳ ଡିପୋରେ ବିସ୍ଫୋରଣ: ୩୫ ମୃତ, ୨୦ ଗୁରୁତର

ଆବୁଜା: ନାଇଜେରିଆ ସୀମା ନିକଟ ବେନିନରେ ଥିବା ଏକ ଇନ୍ଧନ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଦୁଇ ପିଲା ମଧ୍ୟ ଅଛନ୍ତି ବୋଲି କୁହାଯାଉଛି । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି । ସୂଚନାନୁସାରେ ଅଗ୍ନିକାଣ୍ଡ ଯୋଗୁଁ ବିସ୍ଫୋରଣ ହୋଇଥିଲା ।

Explosion at Nigeria

ସୂଚନାନୁସାରେ, ଏହି ଅଗ୍ନିକାଣ୍ଡ ଶନିବାର ରାତିରେ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ତୈଳ ଡିପୋରେ ବିସ୍ଫୋରଣ ହୋଇଥିଲା । ପରେ ଧୁଆଁ ଧୁଆଁ ହୋଇ ଯାଇଥିଲା ଆକାଶ । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଆଧାରରେ ଘଟଣା ସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ, ପୋଲିସ ଏବଂ ମେଡିକାଲ ଟିମକୁ ନିୟୋଜିତ କରାଯାଇଥିଲା । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶ ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଆଫ୍ରିକୀୟ ଦେଶ ନାଇଜେରିଆ ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ । ଯେଉଁ କାରଣରୁ ଦେଶ ତଥା ଏହାର ସୀମାରେ ଇନ୍ଧନ ଚୋରା ଚାଲାଣ ଏକ ସାଧାରଣ କଥା। ଅନେକ ଥର ଏଠାରେ ବେଆଇନ ରିଫାଇନାରୀ, ଇନ୍ଧନ ଡମ୍ପିଂ ଷ୍ଟେଶନ ଏବଂ ପାଇପଲାଇନରେ ଅଗ୍ନିକାଣ୍ଡ ଘଟିଥାଏ । ଜଣେ ମନ୍ତ୍ରୀଙ୍କ କହିବାନୁସାରେ, ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅଗ୍ନିକାଣ୍ଡଟି ନାଇଜେରିଆର ଦକ୍ଷିଣ ସହର ସେମେ ପୋଡଜୀଠାରେ ଏକ ଚୋରା ଚାଲାଣ ଇନ୍ଧନ ଗୋଦାମରେ ହୋଇଛି। ଏଠାରେ କାର, ମୋଟରସାଇକେଲ ଏବଂ ତିନି ଚକିଆ ଯାନ ଇନ୍ଧନ ଭରିବାକୁ ଆସିଥିଲେ। ଏହି ସମୟରେ ଏଠାରେ ବିସ୍ଫୋରଣ ହୋଇଥିଲା। ବେନିନ୍‌ର ପେଟ୍ରୋଲ ଏହାର ପୂର୍ବ ପଡୋଶୀ ନାଇଜେରିଆରୁ ଆସିଥାଏ। ଆଫ୍ରିକୀୟ ଦେଶ ନାଇଜେରିଆ ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ। ଏଠାରେ ଇନ୍ଧନ ଶସ୍ତା ଅଟେ। ବେନିନ୍ ସହର ଏବଂ ପଡ଼ୋଶୀ ରାସ୍ତାରେ ବିକ୍ରି ହେଉଥିବା ହଜାର ହଜାର ଲିଟର ପେଟ୍ରୋଲ ସାଧାରଣତଃ ବେନିନ୍-ନାଇଜେରିଆ ସୀମାରେ ଥିବା ଷ୍ଟେସନରୁ ଆସିଥାଏ। ଯେଉଁ କାରଣରୁ ଦେଶ ତଥା ଏହାର ସୀମାରେ ଇନ୍ଧନ ଚୋରା ଚାଲାଣ ଏକ ସାଧାରଣ କଥା । ଅନେକ ଥର ଏଠାରେ ବେଆଇନ ରିଫାଇନାରୀ, ଇନ୍ଧନ ଡମ୍ପିଂ ଷ୍ଟେସନ ଏବଂ ପାଇପଲାଇନରେ ଅଗ୍ନିକାଣ୍ଡ ଘଟିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+