ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
ଖୁବ ଶୀଘ୍ର ଗିରଫ ହୋଇପାରନ୍ତି ଇମ୍ରାନ ଖାନ । ଇସଲାମାବାଦ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା ହେଲେ ନିଜ ଘରେ ନଥିଲେ ଇମ୍ରାନ ଖାନ ।

ପାକିସ୍ତାନ: ଅଡୁଆରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଚର୍ଚ୍ଚା ଜୋର ଧରିଛି ଯେ ଖୁବ ଶୀଘ୍ର ଗିରଫ ହୋଇପାରନ୍ତି ଇମ୍ରାନ ଖାନ । ସୂଚନାନୁସାରେ, ପିଟିଆଇ ଅଧ୍ୟକ୍ଷଙ୍କୁ ଗିରଫ କରିବା ପାଇଁ ଇସଲାମାବାଦ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା ହେଲେ ନିଜ ଘରେ ନଥିଲେ ଇମ୍ରାନ ଖାନ । ଘର ବାହାରେ ତାଙ୍କ ସମର୍ଥକଙ୍କ ସମାବେଶ ବୃଦ୍ଧି ପାଇବାରେ ଲାଗିଛି ।
ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କିଛି ଦିନ ପୂର୍ବରୁ ତାଙ୍କ ନାଁରେ ଲାହୋରରେ ସେସନ୍ସ କୋର୍ଟରେ ଆରେଷ୍ଟ ୱାରେଣ୍ଟ ଜାରି କରିଯାଇ ସରିଛି । ତୋଷଖାନା ମାମଲାରେ କୋର୍ଟରେ ହାଜନ ନ ହେବାରୁ ତାଙ୍କ ନାଁରେ ଏହି ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି ।
ସମସ୍ତ ଫର୍ମାଲିଟି ପୂରଣ କରିବା ପରେ ଇମ୍ରାନ ଖାନ ଗିରଫ ହୋଇ ପାରନ୍ତି ବୋଲି ସୂଚନା ରହିଛି । ଅନ୍ୟପକ୍ଷରେ ଇମ୍ରାନଙ୍କ ଘରେ ପୋଲିସ ପହଁଚିବା ପରେ ସମର୍ଥକମାନେ ସେଠାରେ ଜମା ହେବା ସହ ପୋଲିସ ଏବଂ ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି । ପୋଲିସ ଯଦି ଇମ୍ରାନଙ୍କୁ ଗିରଫ କରେ ତେବେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଚେତାବନି ଦେଇଛନ୍ତି ପାକିସ୍ତାନ ତେହେରିକ୍-ଇ-ଇନସାଫ ନେତା ଫୱାଦ ଖାନ ।
ସୂଚନାଥାଉ ଯେ, ଅର୍ଥ ହେରଫେର୍ ମାମଲାରେ ଇମ୍ରାନ ଖାନଙ୍କ ବିରୋଧରେ ପାକିସ୍ତାନୀ କୋର୍ଟ ଏକ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ । ୨୦୧୮ରେ ଇମ୍ରାନ ଖାନ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ସେହି ସମୟରେ ସେ ଆରବ ଗସ୍ତ ସମୟରେ ତାଙ୍କୁ ଅନେକ ଦାମୀ ପୁରସ୍କାର ମିଳିଥିଲା ଏହା ସହ ୟୁରୋପୀୟ ଦେଶର ଅନେକ ରାଷ୍ଟ୍ରମୁଖ୍ୟ ମଧ୍ୟ ଇମ୍ରାନ ଖାନଙ୍କୁ ଅନେକ ଦାମୀ ଉପହାର ଦେଇଥିଲେ । ଏହାକୁ ଇମ୍ରାନ ଖାନ ତୋଷଖାନାରେ ଜମା କରିଥିଲେ । ହେଲେ କିଛି ଦିନ ପରେ ଇମ୍ରାନ ଖାନ ଏହି ସମସ୍ତ ଉପହାରକୁ କମ ଟଙ୍କାରେ କିଣି ନେଇଥିଲେ ଏବଂ ଉଚ୍ଚ ମୂଲ୍ୟରେ ବିକ୍ରି କରିଦେଇଥିଲେ । ହେଲେ ନିୟମ ଅନୁସାରେ, କୌଣସି ଅନ୍ୟଦେଶ କିମ୍ବା ପ୍ରମୁଖଙ୍କ ଦ୍ୱାରା ମିଳିଥିବା ପୁରସ୍କାର ତୋଷଖାନାରେ ରଖାଯିବା ଜୁରୁରୀ ।
ଏହି ମାମଲରେ ଇମ୍ରାନ ଖାନ କହିଛନ୍ତି ଯେ, ତୋସାଖାନାରୁ ଉପହାର ବିକ୍ରି କରିଥିବା ବିରୋଧୀ ଦଳର ଅଭିଯୋଗ ଭିତ୍ତିହୀନ। କାରଣ ସେ ତୋସାଖାନା ଠାରୁ ଯାହା କିଣିଛନ୍ତି ତାହାର ଏକ ରେକର୍ଡ ଅଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications