ଆମେରିକା ଲୁଚାଇ ରଖିଛି ଏଲିଅନ୍ସ , ପୂର୍ବତନ ସେନା ଅଧିକାରୀଙ୍କ ବୟାନ ପରେ ସାରା ବିଶ୍ୱରେ ଆଲୋଡ଼ନ
ୱାଶିଂଟନ: ଆମେରିକା ଲୁଚାଇ ରଖିଛି ଏଲିଅନ୍ସଙ୍କ ଶବ । ଅନ୍ୟଗ୍ରହର ଜୀବଙ୍କ ଶବ ଲୁଚାଇ ରଖିଛନ୍ତି ବାଇଡ଼େନ୍ ସରକାର । ଏଲିଅନ୍ସ ସ୍ପେସକ୍ରାଫ୍ଟ୍ UFO ଓ ପାଇଲଟଙ୍କ ଶବ ଆମେରିକା ସରକାର ଲୁଚାଇ ରଖିଛନ୍ତି । ଆମେରିକା ଗୁଇନ୍ଦା ବିଭାଗ ପୂର୍ବତନ ଅଧିକାରୀ ଡେଭିଡ ଗ୍ରୁସଙ୍କ ଏଭଳି ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା ।

ମେଜର ଗ୍ରୁଶ କୋର୍ଟଙ୍କୁ କହିଛନ୍ତି ଯେ, ଆମେରିକା UFO ର ରିଭର୍ସ ଇଞ୍ଜିନିୟରିଂ ଉପରେ କାମ କରୁଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଦଶନ୍ଧି ଧରି ଆମେରିକା UFO (ଆକାଶରେ ଉଡ଼ୁଥିବା ଯାନ) ବିଷୟରେ ବହୁ ତଥ୍ୟ ଲୁଚାଇ ରଖିଛି । ଯାହାକୁ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏଲିଏନ୍ କୁହାଯାଉଛି । ସେ କହିଛନ୍ତି ଯେ 1930 ପରଠାରୁ ଆମେରିକା ସରକାରଙ୍କ ପାଖରେ ଏଲିଏନ୍ସ ରହିଛି । ଏମିତି ଏକ ଶରୀର, ଯାହା ମଣିଷର ନୁହେଁ । ସେମାନଙ୍କ ଉପରେ ବିଭିନ୍ନ ପ୍ରକାରର ପରୀକ୍ଷା ଏବଂ ଅନୁସନ୍ଧାନ କରାଯାଉଛି । ତେବେ ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ପୂର୍ବତନ ବାୟୁସେନା ଅଧିକାରୀଙ୍କ ପ୍ରକାଶକୁ ପ୍ରତ୍ୟାଖ୍ୟାନ କରିଛି ।
ସୂଚନାନୁସାରେ, ଚଳିତ ବର୍ଷ ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଚାଲିଥିବା ଏକ ସ୍ୱତନ୍ତ୍ର ଅପରେସନର ନେତୃତ୍ବ ନେଉଥିଲେ ଗ୍ରୁସ । ମହାକାଶ ସହ ପୃଥିବୀର କନେକ୍ସନ ଓ ଅନ୍ୟ କିଛି ରହସ୍ୟମୟ ଘଟଣାକୁ ନେଇ ହେଉଥିବା ଏକ୍ସପେରିମେଣ୍ଟର କରାଯାଉ ଥିଲା । ସରକାରଙ୍କ ପକ୍ଷରୁ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଦୁର୍ଘଟଣାଗ୍ରସ୍ତ UFOକୁ ଏକାଠି କରାଯିବା ସହ ସେଗୁଡ଼ିକୁ ପୁନଃ ପରିଚାଳନା ପାଇଁ ଚେଷ୍ଟା କରାଯାଇଥିଲା । ଅନ୍ୟ ଗ୍ରହର ସ୍ପେସକ୍ରାଫ୍ଟ ଓ ସେଥିରେ ଥିବା ପାଇଲଟଙ୍କ ମୃତଦେହ ମିଳିଥିଲା । ସରକାର ଦେଶବାସୀ ଓ ଆମେରିକା କଂଗ୍ରେସଠାରୁ ଏହା ଲୁଚାଇଥିବା କହିଛନ୍ତି ଗ୍ରୁସ୍ । ତେବେ ଡେଭିଡଙ୍କ ଏହି ଦାବିକୁ ଖଣ୍ଡନ କରିଛି ହ୍ବାଇଟ ହାଉସ ।












Click it and Unblock the Notifications