ଗିରଫ ହେଲେ ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାରଣ....
ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ । ଅର୍ଥ ହେରଫେର ମାମଲାରେ ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କୁ ଗିରଫ କରାଯାଇଛି । ଗତ ସରକାର ବେଳେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଗଠିତ ଆର୍ଥିକ ଅପରାଧ କମିଶନଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରବିନ୍ଦଙ୍କୁ ଗିରଫ କରାଯାଇଛି ।

ତେବେ ଦୁର୍ନୀତି ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ପ୍ରବିନ୍ଦ । ମରିସସ ପ୍ରଧାନମନ୍ତ୍ରୀ ଭାବେ ନବୀନଚନ୍ଦ୍ର ରାମଗୁଲାମ ନିର୍ବାଚିତ ହେବା ପରଠାରୁ ପୂର୍ବ ସରକାରରେ ହୋଇଥିବା ଦୁର୍ନୀତି ବିରୋଧୀ ଅଭିଯାନକୁ ଜୋରଦାର କରିଛନ୍ତି । ଦେଶର ଦୁର୍ବଳ ଆର୍ଥିକ ସ୍ଥିତି ପାଇଁ ପୂର୍ବ ସରକାରର ଭୂମିକାକୁ ଦାୟୀ କରି ତଦନ୍ତ କମିଶନ ଗଠନ ହୋଇଛି । କମିଶନଙ୍କ ନିର୍ଦ୍ଦେଶ କ୍ରମେ ଗତ ମାସରେ ବ୍ୟାଙ୍କ ଅଫ ମରିସସର ଗଭର୍ଣ୍ଣରଙ୍କୁ ଗିରଫ କରାଯାଇଥିଲା ।












Click it and Unblock the Notifications