ଯୁଦ୍ଧ ବିଭୀଷିକା ଭିତରେ ବଦଳିଗଲା ସବୁକିଛି...ସେୟାର ବଜାରରେ ଅସ୍ଥିରତା, ହୁ ହୁ ହୋଇ ବଢିଲା ଦର...

ଜଳୁଛି ମଧ୍ୟପ୍ରାଚ୍ୟ । ସାରା ବିଶ୍ୱରେ ଅସ୍ଥିରତା । ଅଶାନ୍ତ ଅନେକ ଦେଶ । ପରିସ୍ଥିତି ଅତ୍ୟନ୍ତ ତୀବ୍ର ହେବାରେ ଲାଗିଛି । ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ଏବେ ବିଶ୍ୱବ୍ୟାପୀ ଯୋଗାଣ ସ୍ଥିତିରେ ବାଧା ସୃଷ୍ଟି କରିଛି । ଯାହାର ପ୍ରଭାବ ପଡିଛି ସିଧାସଳଖ ସୁନା ଓ ରୁପା ଉପରେ । ହୁ ହୁ ହୋଇ ବଢିଚାଲିଛି ଦର । ହଳଦିଆ ଧାତୁ ଓ ଧଳା ଧାତୁରେ ହାତ ମାରିବାକୁ ଲାଗୁଛଜି ଡର । ସୁନା ରୂପା ମୂଲ୍ୟରେ ଅହେତୁ ବୃଦ୍ଧି ହୋଇଥିବା ନଜର ଆସିଛି ।

କିଛି ଦିନ ନୀରବତା ପରେ ପୁଣି ବଢିଛି ସୁନା ରୂପା ଦର । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୪,୩୭୦ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୬୮ ହଜାର ୭୧୦ ଟଙ୍କା ଥିବା ବେଳେ ଆଜି ତାହା ୧ ଲକ୍ଷ ୭୩ ହଜାର ୦୮୦ ଟଙ୍କାକୁ ଛୁଇଁଛି।ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ୫୪ ହଜାର ୬୫୦ ଟଙ୍କା ଥିବା ବେଳେ ଆଜି ୪,୦୦୦ ଟଙ୍କା ବଢି ୧ ଲକ୍ଷ ୫୮ ହଜାର ୬୫୦ ଟଙ୍କା ହୋଇଛି।

Everything

୧୮ କ୍ୟାରେଟ୍ ସୁନା ଦର ଗତ କାଲି ୧ ଲକ୍ଷ ୨୬ ହଜାର ୫୩୦ ଟଙ୍କା ଥିବା ବେଳେ ଆଜି ୩,୨୮୦ ଟଙ୍କା ବଢି ୧ ଲକ୍ଷ ୨୯ ହଜାର ୮୧୦ ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ ରୁପା କେଜି ପିଛା ଆଜି ୫ ହଜାର ବଢ଼ିଛି। ଗତ କାଲି ୩ ଲକ୍ଷ ୨୦ ହଜାର ଟଙ୍କା ଥିବା ବେଳେ ଆଜି ୩ ଲକ୍ଷ ୨୫ ହଜାର ଟଙ୍କାରେ ପହଞ୍ଚିଛି ରୁପା ଦର। ତେବେ ଯୁଦ୍ଧ କେତେ ଦିନ ଚାଲିବ, ତାହା ଆକଳନ କରାଯାଇ ନଥିବା ବେଳେ ଆଗକୁ ଆହୁରି ବଢିପାରେ ସୁନା ଓ ରୁପା ଦର।

ସେହିଭଳି ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ଅଶୋଧିତ ତୈଳ ବଜାରରେ ସମାନ ଆକଳନ ଦେଖିବାକୁ ମିଳିଥିଲା। ତଥ୍ୟ ଦର୍ଶାଉଛି ଯେ ସୋମବାର ତେଲ ମୂଲ୍ୟ ୭ ପ୍ରତିଶତ ବୃଦ୍ଧି ପାଇ ୧୫ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ଦ୍ୱାରା ବଢ଼ୁଥିବା ଆକ୍ରମଣ ଟ୍ୟାଙ୍କରଗୁଡ଼ିକୁ କ୍ଷତିଗ୍ରସ୍ତ କରିଛି ଏବଂ ପଠାଣ ବାଧାପ୍ରାପ୍ତ କରିଛି ।

ଯାହା ଫଳରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଉପସାଗରୀୟ ଅଶୋଧିତ ତୈଳ ପ୍ରତି ବ୍ୟାରେଲ $୮୨ ଅତିକ୍ରମ କରିଥିବାବେଳେ ଆମେରିକାର ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ $୭୫ ପାଖାପାଖି ରହିଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ମଧ୍ୟପ୍ରାଚ୍ୟରେ ଏହି ଉତ୍ତେଜନା ଯୋଗୁଁ, ଅଶୋଧିତ ତୈଳ ମୂଲ୍ୟ ଖୁବ୍ ଶୀଘ୍ର ପ୍ରତି ବ୍ୟାରେଲ $୧୦୦ ପହଞ୍ଚିପାରେ।

ସୋମବାର ଦିନ, ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ଫ୍ୟୁଚର୍ ମୂଲ୍ୟ ୮୨.୩୭ରେ ପହଞ୍ଚିଛି । ଯାହା ଜାନୁଆରୀ ୨୦୨୫ ପରଠାରୁ ସର୍ବାଧିକ। ଏହାର ଅର୍ଥ ହେଉଛି ଅଶୋଧିତ ତୈଳ ମୂଲ୍ୟ ପ୍ରାୟ ୧୫ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଶନିବାର ଦିନ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରି ଏହାର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କୁ ହତ୍ୟା କରିବା ପରେ ଏହା ପ୍ରଥମ ଫ୍ୟୁଚର୍ ବାଣିଜ୍ୟ ଥିଲା।

ଭାରତୀୟ ସମୟ ଅନୁସାରେ ସକାଳ ୭ ଟାରେ, ବ୍ରେଣ୍ଟ କ୍ରୁଡ୍ ଫ୍ୟୁଚର୍ ମୂଲ୍ୟ ପ୍ରତି ବ୍ୟାରେଲ $୭୭.୪୦ ରେ କାରବାର ହେଉଥିଲା, ଯାହା ୬.୨୨ ପ୍ରତିଶତ ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ, ଆମେରିକାର ପଶ୍ଚିମ ଟେକ୍ସାସ ଇଣ୍ଟରମିଡିଏଟ୍ ଅଶୋଧିତ ତୈଳ ମୂଲ୍ୟ $୪.୬୬ କିମ୍ବା ୬.୯୫% ବୃଦ୍ଧି ପାଇ ବ୍ୟାରେଲ $୭୧.୬୮ରେ ପହଞ୍ଚିଛି । ଯାହା ବାଣିଜ୍ୟ ଅଧିବେଶନ ସମୟରେ ୭୫.୩୩ରେ ପହଞ୍ଚିଛି, ଯାହା ଜୁନ ୨୦୨୫ ପରଠାରୁ ସର୍ବାଧିକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+