ଏପଷ୍ଟିନ୍ ମାମଲା ; ବ୍ରିଟିଶ ରାଜକୁମାରଙ୍କୁ ଗିରଫର ୧୧ ଘଣ୍ଟା ପରେ ଜାମିନ୍

ଗିରଫର ୧୧ ଘଣ୍ଟା ପରେ ଜାମିନ୍ । ବ୍ରିଟିଶ ରାଜକୁମାର ଆଣ୍ଡ୍ରିୟୁ ମାଉଣ୍ଟବେଟନଙ୍କୁ ଏପଷ୍ଟିନ୍ ମାମଲାରେ ଗିରଫ କରାଯିବା ପରେ ଜାମିନ ପ୍ରଦାନ କରାଯାଇଛି । ପ୍ରାୟ ୧୧ ଘଣ୍ଟା ଧରି ସେ ଜେଲରେ ରହିବା ପରେ ଏବେ ମୁକୁଳିଛନ୍ତି । ଏନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଲଣ୍ଡନ ପୋଲିସର କହିବାନୁସାରେ, ବ୍ରିଟେନ୍ ଚାର୍ଲସଙ୍କ ସାମନଭାଇ ଆଣ୍ଡ୍ରିୟୁଙ୍କୁ ଗୁରୁବାର ମୁକ୍ତ କରାଯାଇଛି । ଜେଲରୁ ବାହାରି ସେ ନିଜ ବାସଭାବନକୁ ଯାଇଛନ୍ତି । ତାଙ୍କୁ ୧୧ ଘଣ୍ଟା ଧରି ପୋଲିସ ଅଟକ ରଖିଥିଲା । ଜେଲରୁ ମୁକୁଳିଥିଲେ ମଧ୍ୟ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ତଦନ୍ତ ଜାରି ରହିବ ।

Epstein case

ଜେଫ୍ରି ଏପଷ୍ଟିନ କେଳେଙ୍କାରୀ ସମ୍ପର୍କିତ ମାମଲାରେ ବ୍ରିଟେନ୍ ରାଜା ଚାର୍ଲଙ୍କ ସାନ ଭାଇ ଆଣ୍ଡ୍ରିୟୁ ମାଉଣ୍ଟବେଟନ-ୱିଣ୍ଡସରଙ୍କୁ ଗୁରୁବାର ଗିରଫ କରାଯାଇଥିଲା। ସରକାରୀ ଅଫିସରେ ଡାଟା ଲିକ୍ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବ୍ରିଟିସ ମିଡିଆ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଗୁରୁବାର ସକାଳେ, ପୂର୍ବ ଇଂଲଣ୍ଡର ସାଣ୍ଡ୍ରିଂହାମ ଇଷ୍ଟେଟରେ ଥିବା ଉଡ୍ ଫାର୍ମରେ ୬ଟି ସାଧାରଣ କାରରେ ପ୍ରାୟ ୮ ସାଧା ପୋଷାକ ପିନ୍ଧା ପୁଲିସ ଅଧିକାରୀ ପହଞ୍ଚିଥିଲେ। ଏହି ସମ୍ପତ୍ତିଟି ପୂର୍ବ ଇଂଲଣ୍ଡର ଏକ ରାଜ୍ୟ ନର୍ଫୋକରେ ରହିଛି। ସେଠାରେ ଜେରା ପରେ ଆଣ୍ଡ୍ରିୟୁଙ୍କୁ ଗିରଫ କରାଯାଇଥିଲା।

ଏନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଥାମେସ ଭ୍ୟାଲି ପୁଲିସ ସ୍ପଷ୍ଟ କରିଥିବା ବେଳେ ବ୍ୟକ୍ତିଙ୍କର ନାଁପ୍ରକାଶ କରିନଥିଲା। ପୋଲିସ କହିଥିଲା ଯେ "ତଦନ୍ତର ଏକ ଅଂଶ ସ୍ୱରୂପ, ଆମେ ଗୁରୁବାର (୧୯/୨) ନର୍ଫୋକରୁ ଷାଠିଏ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ସରକାରୀ କାର୍ଯ୍ୟାଳୟରେ ସମସ୍ୟା ସୃଷ୍ଟି କରିବା ସନ୍ଦେହରେ ଗିରଫ କରିଛୁ। ତାଙ୍କର ବର୍କଶାୟାର ଏବଂ ନର୍ଫୋକର ଠିକଣାଗୁଡ଼ିକରେ ତଲାସୀ ନେଉଛୁ। ବର୍ତ୍ତମାନ ବ୍ୟକ୍ତି ଜଣକ ପୋଲିସ ହେପାଜତରେ ଅଛନ୍ତି। "ଜାତୀୟ ମାର୍ଗଦର୍ଶିକା ଅନୁଯାୟୀ, ଆମେ ଗିରଫ ବ୍ୟକ୍ତିଙ୍କ ନାଁ ପ୍ରକାଶ କରି ପାରିବୁ ନାହିଁ। ଦୟାକରି ଏହା ମଧ୍ୟ ମନେରଖନ୍ତୁ ଯେ ଏହି ମାମଲା ଏବେ ସକ୍ରିୟ ଅଛି ତେଣୁ କୋର୍ଟ ଅବମାନନାରୁ ରକ୍ଷା ପାଇବା ପାଇଁ ଯେକୌଣସି ପ୍ରକାଶନ ପ୍ରତି ସତର୍କ ରହିବା ଉଚିତ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+