ପାକିସ୍ତାନ ନିର୍ବାଚନରେ ଆତଙ୍କବାଦୀଙ୍କ ଏଣ୍ଟ୍ରି

ଲାହୋର:ପାକିସ୍ତାନ ନିର୍ବାଚନରେ ଆତଙ୍କବାଦିଙ୍କ ଏଣ୍ଟ୍ର । ଏଣିକି ପାକିସ୍ତାନରେ ନିର୍ବାଚନ ଲଢ଼ିବେ ଆତଙ୍କବାଦି । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କ ପୁଅ ତାଲହ ସହିଦ ଲାହୋରର ଏନଏ-୧୨୭ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସୁଚନାନୁସାରେ, ହାଫିଜ ସଇଦଙ୍କ ଏକ ନୂତନ ରାଜନୈତିକ ସଂଗଠନ ଫେବୃଆରୀ ୮ ରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଅଧିକାଂଶ ଜାତୀୟ ତଥା ପ୍ରାଦେଶିକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି ।

ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବା(LET) ର ପ୍ରତିଷ୍ଠାତା ସୟିଦ୍ ନିଷିଦ୍ଧ ଜମାତ-ଉଦ-ଦାୱା ସହ ଜଡିତ ଆତଙ୍କବାଦୀ ଆର୍ôଥକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୦୧୯ ରୁ ଅନ୍ୟ କେତେକ ନେତାଙ୍କ ସହ ଜେଲରେ ଅଛନ୍ତି । ସୟିଦ ପାକିସ୍ତାନ ମାର୍କାଜୀ ମୁସଲିମ ଲିଗ (PMML) ନାମକ ଏକ ଅଲଗା ରାଜନୈତିକ ଦଳ ଗଠନ କରିଛନ୍ତି । (PMML)ର ନିର୍ବାଚନ ପ୍ରତୀକ ହେଉଛି 'ଚେୟାର' ।

hafiz saeed

PMML ସଭାପତି ଖାଲିଦ ମାସୁଦ ସିନ୍ଧୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କ ଦଳ ଅଧିକାଂଶ ଜାତୀୟ ତଥା ପ୍ରାଦେଶିକ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଖାଲିଦ ମାସୁଦ ସିନ୍ଧୁ କହିଛନ୍ତି, "ଆମେ ଦୁର୍ନୀତି ପାଇଁ ନୁହେଁ ବରଂ ଲୋକଙ୍କ ସେବା କରିବା ଏବଂ ପାକିସ୍ତାନକୁ ଏକ ଇସଲାମିକ କଲ୍ୟାଣକାରୀ ରାଷ୍ଟ୍ରରେ ପରିଣତ କରିବାକୁ ଚାହୁଁଛୁ ।" ସିନ୍ଧୁ ଏନଏ-୧୩୦ ଲାହୋରରରୁ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି । , ଯେଉଁଠାରେ ପାକିସ୍ତାନ ମୁସଲିମ ଲିଗ୍‌-ନୱାଜ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+