ନ୍ୟୁଜିଲାଣ୍ତରେ ତାଣ୍ତବ ରଚୁଛି 'ଗାବ୍ରିଏଲ', ବିଭିନ୍ନ ସହରରେ ଏମରଜେନ୍ସି ଜାରି
ନ୍ୟୁଜିଲାଣ୍ତରେ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାମୁଦ୍ରିକ ଝଡ଼ 'ଗାବ୍ରିଏଲ'ର ଭୟ । ଯାହାକୁ ଦୃଷ୍ଟିରେ ରଖି ଦେଶରେ ସରକାର ମଙ୍ଗଳବାର ଦିନ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

ନ୍ୟୁଜିଲାଣ୍ତ:ନ୍ୟୁଜିଲାଣ୍ତରେ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାମୁଦ୍ରିକ ଝଡ଼ 'ଗାବ୍ରିଏଲ'ର ଭୟ । ଯାହାକୁ ଦୃଷ୍ଟିରେ ରଖି ଦେଶରେ ସରକାର ମଙ୍ଗଳବାର ଦିନ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବହୁ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି । ଯେଉଁଥି ପାଇଁ ଦେଶରେ ଏମରଜେନ୍ସି ଲାଗୁ କରାଯାଇଛି । ସରକରାଙ୍କ ପକ୍ଷରୁ ଦେଶକୁ ସମସ୍ତ ବିମାନ ଚଳାଚଳ ସେବା ମଧ୍ୟ ବାତିଲ କରାଯାଇଛି ।
ନ୍ୟୁଜିଲାଣ୍ତରେ ସାଇକ୍ଲୋଥନ୍ ଗାବ୍ରିଏଲ୍ ବିପଦ ରହିଛି, ଯାହାକୁ ଦୃଷ୍ଟିରେ ରଖି ସରକାର ଜରୁରୀକାଳୀନ ପରିସ୍ଥିତି ଲଗାଇଛନ୍ତି । ଏହି ଘୂର୍ଣ୍ଣିବଳୟ ଯୋଗୁଁ ନ୍ୟୁଜିଲାଣ୍ଡର ନର୍ଥଲ୍ୟାଣ୍ଡ, ଅକଲ୍ୟାଣ୍ଡ,ତାଇରାବିଟି, ବାଇକୋଟା, ହାକ୍ସ, ବେ ଅଫ୍ ଫ୍ଲେଟିରେ ଜରୁରୀକାଳୀନ ପରିସ୍ଥିତି ବଳବତ୍ତର ରହିଛି । ଏହି ସମସ୍ତ ଅଞ୍ଚଳରେ ଭୟଙ୍କର ବନ୍ୟା ସହ ପ୍ରବଳ ବର୍ଷା ଏବଂ ପବନ ପାଇଁ ୪୦ ହଜାରରୁ ଅଧିକ ଘରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଛି । ଭୟଙ୍କର ବନ୍ୟା ପାଇଁ ନ୍ୟୁଜିଲାଣ୍ତର ଉତ୍ତର ଦ୍ୱୀପରେ ଭୂଖଳନ ଘଟିଛି । ସାମୁଦ୍ରିକ ଝଡ଼ ପ୍ରଭାବରେ ନ୍ୟୁଜିଲାଣ୍ତର କରମାଡେକ୍ ଦ୍ୱୀପପୁଞ୍ଜରେ ୬.୧ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି ।
ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡ ଇତିହାସରେ ଏହା ତୃତୀୟ ଥର ଯେତେବେଳେ ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହାପୂର୍ବରୁ ୨୦୨୦ ମସିହାରେ, କୋଭିଡ -୧୯ ମହାମାରୀ ସମୟରେ ନ୍ୟୁଜିଲ୍ୟାଣ୍ଡରେ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା । ୨୦୧୯ ମସିହାରେ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣରେ ନ୍ୟୁଜିଲ୍ୟାଣ୍ଡରେ ପ୍ରଥମ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା।












Click it and Unblock the Notifications