ଠପ୍ ହେଲା 'ଏକ୍ସ', ସର୍ଭର ଡାଉନ୍
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ଡାଉନ ହୋଇଛି। ପୋଷ୍ଟ ଆକ୍ସେସ କରିପାରୁନାହାନ୍ତି ହଜାର ହଜାର ୟୁଜର୍ସ। ସୋମବାର ଦିନ ଏକ୍ସ ଦୁଇଥର ଡାଉନ ହୋଇସାରିଲାଣି।ୟୁଜର୍ସମାନେ ନିଜ ଆକାଉଣ୍ଟରେ ଲଗଇନ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ସ୍ମାର୍ଟଫୋନ ସହିତ, କମ୍ପ୍ୟୁଟର ଏବଂ ଲାପଟପରେ ମଧ୍ୟ ଦେଖାଯାଉଛି। ଯାହାଫଳରେ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାରା ବିଶ୍ୱର ଲୋକମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଆଜି ପ୍ରାୟ ୩ଟା ୨୦ମି. ସମୟରେ ମଧ୍ଯ 'ଏକ୍ସ'ରେ ସମସ୍ୟା ଦେଖାଯାଇଥିଲା।
ଆଉଟେଜ ଟ୍ରାକିଂ ୱେବସାଇଟ୍ 'ଡାଉନ ଡିଟେକ୍ଟର' ଅନୁସାରେ ଭାରତୀୟ ସମୟ ଅପରାହ୍ନ ୩ଟା ୩୭ ମିନିଟ୍ ବେଳକୁ ଆମେରିକାରେ ୨୦ ହଜାରରୁ ଅଧିକ ସର୍ଭିସ ଡିସରୁପସନ ରିପୋର୍ଟ ହୋଇଥିଲା। ଏଥିରେ ୫୮ ପ୍ରତିଶତ ଅଭିଯୋଗ ଆପ୍ ସମ୍ପର୍କିତ ଥିଲା। ବାକି ୩୧ ପ୍ରତିଶତ ୱେବସାଇଟ ସମ୍ପର୍କିତ ଅଭିଯୋଗ ହୋଇଥିବା ବେଳେ ୧୧ ପ୍ରତିଶତ ସର୍ଭର କନେକ୍ସନ ସମ୍ପର୍କିତ ଥିଲା।

ତେବେ ଭାରତରେ ଏହି ପ୍ରଭାବ ଆମେରିକା ତୁଳନାରେ କମ ଦେଖାଯାଇଛି। ତେବେ ଡାଉନଲୋଡ ଡିଟେକ୍ଟର ଭାରତରେ ଏ ନେଇ ୨,୨୦୦ରୁ ଅଧିକ ଅଭିଯୋଗ ମିଳିଥିବାର ସୂଚିତ କରିଛନ୍ତି। ଏଥିରୁ ୫୩ ପ୍ରତିଶତ ସମସ୍ୟା ୱେବସାଇଟ୍ ସମ୍ପର୍କିତ ହୋଇଥିବା ବେଳେ ୪୨ ପ୍ରତିଶତ ଆପ ସମ୍ପର୍କିତ ଓ ୪ପ୍ରତିଶତ ଲଗଇନ ସମ୍ପର୍କିତ ବୋଲି କୁହାଯାଇଛି।
ତେବେ ଏକ୍ସ ର ଏପରି ଅବସ୍ଥାରେ ୟୁଜର ଏବେ ଅନ୍ୟ ସୋସିଆଲ ମିଡିଆ ସାଇଟରେ ମାଜାଦର ମିମସ୍ ସେୟାର କରିବା ଆରମ୍ଭ କରିଦେଇଛନ୍ତି। ତେବେ ଏକ୍ସ ଡାଉନ ହେବା ନୂଆ କଥା ନୁହେଁ। ପୂର୍ବରୁ କିଛି କିଛି ମିନିଟ୍ ପାଇଁ ଡାଉନ ହୋଇଥିବା ବେଳେ ଏଥର ଦୀର୍ଘ ସମୟ ଧରି ଡାଉନ ପଡିବା ଲୋକଙ୍କୁ ହତାସ କରିଛି।












Click it and Unblock the Notifications