ଆତଙ୍କବାଦୀ ଗୋଷ୍ଠୀକୁ ପ୍ରିମିୟମ ସେବା ଦେଉଛି Elon Muskଙ୍କ କମ୍ପାନୀ 'X'
Elon Musk: ଯେତେବେଳେ Space X ଏବଂ ଟେସଲା କମ୍ପାନୀର ମାଲିକ ଏଲନ୍ ମସ୍କ ଦୁନିଆର ସବୁଠାରୁ ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର କିଣିଥିଲେ ସେତେବେଳେ ଏଥିରେ ଅନେକ ପରିବର୍ତ୍ତନ କରାଯାଇଥିଲା । ଏପରିକି ଏହି ପ୍ଲାଟଫର୍ମର ନାମ ଟ୍ୱିଟରରୁ X କୁ ପରିବର୍ତ୍ତନ କରାଯାଇଥିଲା । ଏଲନ୍ ମସ୍କଙ୍କ କମ୍ପାନୀ ଏକ୍ସ ଆମେରିକା ଦ୍ୱାରା ନାମିତ ଆତଙ୍କବାଦୀ ଗୋଷ୍ଠୀର ଦୁଇ ନେତା ଏବଂ ସରକାରଙ୍କ ଦ୍ୱରା ସ୍ୱିକୃତ ଅନ୍ୟ ସଙ୍ଗଠନର ଏକାଉଣ୍ଟକୁ ପ୍ରିମିୟମ୍ ସେବା ପ୍ରଦାନ କରୁଛି ।
IANS ରିପୋର୍ଟ ଅନୁସାରେ, ଟେକ୍ ଟ୍ରାନ୍ସପରେନ୍ସି ପ୍ରୋଜେକ୍ଟ ଏକ ନୂତନ ରିପୋର୍ଟ ଉପସ୍ଥାପନ କରିଛି ଯେଉଁଥିରେ ପ୍ରକାଶ ପାଇଛି ଯେ ଏଲନ୍ ମସ୍କଙ୍କ କମ୍ପାନୀ ଏକ୍ସ ଆତଙ୍କବାଦୀ ଗୋଷ୍ଠୀର ଦୁଇ ନେତାଙ୍କୁ ପ୍ରିମିୟମ୍ ସେବା ଯୋଗାଉଛି। ଏହି ରିପୋର୍ଟରେ, ଆମେରିକା ଦ୍ୱାରା ଅନୁମୋଦିତ ଏକ ଡଜନରୁ ଅଧିକ X ଖାତା ଚିହ୍ନଟ କରାଯାଇଛି, ଯେଉଁଥିରେ ବ୍ଲୁ ଟିକ୍ ମଧ୍ୟ ରହିଛି । 'X' ର ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଉପଭୋକ୍ତାମାନଙ୍କୁ ନୀଳ ଟିକ୍ ପାଇବା ପାଇଁ ପେଡ୍ ପ୍ରିମିୟମ୍ ସେବା କିଣିବାକୁ ପଡିବ, ପୂର୍ବରୁ ଏହି ସୁବିଧା ନଥିଲା । ଏହାପୂର୍ବରୁ, କମ୍ପାନୀ କେବଳ ସେହି ଉପଭୋକ୍ତାମାନଙ୍କୁ ବ୍ଲୁ ଟିକ୍ ଯୋଗାଉଥିଲା ଯେଉଁମାନଙ୍କର ଲୋକପ୍ରିୟତା ଅଧିକ ଥିଲା ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଯେଉଁ X ଆକାଉଣ୍ଟକୁ ପ୍ରିମିୟମ୍ ସେବା ଦିଆଯାଇଛି, ସେଥିରେ ୟୁଜର ବଡ଼ ପୋଷ୍ଟ ଏବଂ ବଡ଼ ଭିଡିଓ ପୋଷ୍ଟ କରିପାରିବେ । ରିପୋର୍ଟ ଅନୁଯାୟୀ ଏହା ମଧ୍ୟ ଦର୍ଶାଯାଇଛି ଯେ, 28ଟି ଏପରି ଏକାଉଣ୍ଟ ଅଛି ଯାହା ପ୍ରତି ଆମେରିକା ସରକାର ଜାତୀୟ ସୁରକ୍ଷା ପ୍ରତି ବିପଦ ତଥା ଦେଶ ପାଇଁ ବିପଦ ବୋଲି ଚିହ୍ନଟ କରାଯାଇଛି ।
ଏହି ଗୋଷ୍ଠୀରେ ଦୁଇଜଣ ହିଜବୁଲ ନେତା, ୟେମେନରେ ହୁତିମାନଙ୍କ ସହ ଜଡିତ ଆକାଉଣ୍ଟ, ଇରାନ ଏବଂ ଋଷର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଆକାଉଣ୍ଟ ରହିଛି। ଏହି ସମସ୍ତ ଆକାଉଣ୍ଟ ମଧ୍ୟରୁ 18 ଟି ଆକାଉଣ୍ଟକୁ ପ୍ରିମିୟମ୍ ସେବା ମିଳିଛି ।












Click it and Unblock the Notifications