ମଝି ଆକାଶରେ ଖଣ୍ଡ ଖଣ୍ଡ ହେଲା ଏଲନ ମସ୍କଙ୍କ ଷ୍ଟାର୍ ସିପ୍ ରକେଟ୍, ଦେଖନ୍ତୁ ଭିଡିଓ
Elon Musk, Starship Rocket: ଲଞ୍ଚ ହେଲା ଏଲନ ମସ୍କଙ୍କ ଶକ୍ତିଶାଳୀ ଷ୍ଟାର୍ ସିପ୍ ରକେଟ୍ । ମଣିଷକୁ ମଙ୍ଗଳ ଗ୍ରହକୁ ନେବା ପାଇଁ ଏହି ରକେଟ୍ ଲଞ୍ଚ କରାଯାଇ ଥିଲା । କିନ୍ତୁ ଉତକ୍ଷେପଣର ମାତ୍ରା ଚାରି ମିନିଟ୍ ପରେ ରକେଟ୍ ବିସ୍ଫୋରଣ ହୋଇଥିଲା ।
ଦକ୍ଷିଣ ଟେକ୍ସାସର ବୋକାଚିକାରେ ଅବସ୍ଥିତ ଷ୍ଟାରବେଜରୁ ଏହି ରକେଟ୍ ଉତକ୍ଷେପଣ କରାଯାଇ ଥିଲା । ଉତକ୍ଷେପଣ ପରେ ପ୍ରାୟ 33 କିଲୋମିଟର ଉଚ୍ଚରେ ଏହି ରକେଟ୍ ବିସ୍ଫୋରଣ ହୋଇଥିଲା । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
What a spectacular end#SpaceX
— Isaiah Clark (@itsIsaiahclark) April 20, 2023
pic.twitter.com/Lp9J4Xb3Mk
ଉଲ୍ଲେଖଥାଉ କି, ବିଶ୍ୱର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ କମ୍ପାନୀର ରକେଟ୍ ଷ୍ଟାରସିପ୍ ହେଉଛି ଦୁନିଆର ସବୁଠୁ ବଡ ତଥା ଶକ୍ତିଶାଳୀ ରକେଟ୍ । ଏହାର ଉଚ୍ଚତା 394 ଫୁଟ । ବ୍ୟାସାର୍ଦ୍ଧ 29.5 ଫୁଟ । ଏହି ରକେଟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଉପର ଅଂଶ ଯାହାକୁ ଷ୍ଟାରସିପ୍ କୁହାଯାଏ । ଏହା ମହାକାଶରେ ଯାତ୍ରୀଙ୍କୁ ମଙ୍ଗଳ ଗ୍ରହକୁ ନେବା ଡିଜାଇନ କରାଯାଇଥିଲା ।

ତେବେ ଏହି ଷ୍ଟାରସିପ୍ ରକେଟ୍ ପ୍ରଥମେ ଚଳିତ ଏପ୍ରିଲ ମାସ ୧୭ ତାରିଖ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୬ଟା ୫୦ରେ ଲଞ୍ଚ କରାଯିବାକୁ ସ୍ଥିର ହୋଇଥିଲା । ମାତ୍ରା କେତେକ ବୈଷୟିକ ତ୍ରୁଟି ଯୋଗୁଁ ଏହି ସମୟକୁ ପରିବର୍ତ୍ତନ କରାଯାଇ ୨୦ ଏପ୍ରିଲ ସ୍ଥିର କରାଯାଇଥିଲା ।
ଏକାଥରେ ୧୦୦ ଲୋକଙ୍କୁ ମଙ୍ଗଳ ଗ୍ରହକୁ ନେବା ପାଇଁ ବିରାଟ ଲକ୍ଷ୍ୟ ରଖିଥିବା ଷ୍ଟାରସିପ୍ ଏଲନ୍ ମସ୍କଙ୍କ ସ୍ବପ୍ନର ପ୍ରକଳ୍ପ ଅଟେ । ବିଶ୍ବର ଯେକୌଣସି ସ୍ଥାନକୁ ଏକ ଘଣ୍ଟାରୁ କମ୍ ସମୟରେ ପହଞ୍ଚାଇବା ପାଇଁ ସକ୍ଷମ ହେବ ଷ୍ଟାର୍ ସିପ୍ ରକେଟ୍ । ଏହି ବିଶାଳ ଅଭିଳାଷ ନେଇ କାର୍ଯ୍ଯରତ ସ୍ପେସ୍ ଏକ୍ସ ଆଜିର ବିସ୍ଫୋରଣରେ ପରାଜିତ ହେବ ନାହିଁ ବୋଲି ଘୋଷଣା କରିଛି । ବିଶ୍ବର ସବୁଠାରୁ ବଡ ରକେଟ୍ ନିର୍ମାଣ କାର୍ଯ୍ୟ ଅଧିକ ସତର୍କତାର ସହ ଆଗକୁ ବଢିବ ବୋଲି ସ୍ପେସ୍ ଏକ୍ସ ଜଣାଇଛି ।












Click it and Unblock the Notifications