ଟ୍ରମ୍ପକୁ ସିଧା ଟକ୍କର ଦେବେ ମସ୍କ , ଗଢ଼ିଲେ ନୂଆ ରାଜନୈତିକ ଦଳ
ନୂଆ ଦଳ ଘୋଷଣା କଲେ ବିଶ୍ବର କୋଟିପତି ଉଦ୍ୟୋଗୀ । ନିଜର ଏକ ସ୍ବତନ୍ତ୍ର ନୂଆ ରାଜନୈତିକ ଦଳ ନେଇ ନାଁ ଘୋଷଣା କରିଛନ୍ତି ଏଲନ ମସ୍କ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିବାଦ ଏବଂ ମତଭେଦ ପରେ ନୂଆ ଦଳ ଗଢ଼ିବାକୁ ଘୋଷଣା କରିଛନ୍ତି ମସ୍କ । ଯାହାର ନାମ ରଖିଛନ୍ତି 'ଆମେରିକା ପାର୍ଟି' । ଦଳର ନାଁ ଘୋଷଣା ପରେ ସେ କହିଛନ୍ତି- ଆପଣଙ୍କୁ ଆପଣଙ୍କ ସ୍ବାଧୀନତା ଫେରାଇ ଦେବାକୁ 'ଆମେରିକା ପାର୍ଟି' ଜନ୍ମ । ଦଳ ଲକ୍ଷ୍ୟ ଲୋକଙ୍କୁ ଲୋକଙ୍କ ସ୍ବାଧୀନତାକୁ ପୁନଶ୍ଚ ଫେରାଇ ଆଣିବା..
ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଶିଳ୍ପପତି ଏଲନ ମସ୍କଙ୍କ ଭିତରେ ବିବାଦ ନୂଆ ମୋଡ଼ ନେବା ପରେ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଥିବା ଏଲନ ମସ୍କ 'ଆମେରିକା ପାର୍ଟି'ନାଁରେ ରାଜନୈତିକ ଦଳ ଗଠନ ନେଇ ଘୋଷଣା କରିଛନ୍ତି । ଏହାସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ରାଜନୈତିକ ଭାବେ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି ମସ୍କ ।

ଗୋଟିଏ ପାର୍ଟି ସିଷ୍ଟମରୁ ଆମେରିକୀୟଙ୍କୁ ମୁକ୍ତି ମିଳିବ ବୋଲି କହିଛନ୍ତି ମସ୍କ । କେବଳ ଏତିକି ନୁହେଁ ଏକ ସର୍ଭେ ଅନୁଯାୟୀ ୨-୧ ଅନୁପାତରେ ଆମେରିକୀୟ ମାନେ ନୂଆ ରାଜନୈତିକ ଦଳ ବିକଳ୍ପର ଇଚ୍ଛା ପ୍ରକାଶ କରିବା ପରେ ଏହି ଦଳ ଗଠନ ନେଇ ନିଷ୍ପତ୍ତି ହୋଇଥିବା ମସ୍କ କହିଛନ୍ତି । ଟେସଲା ମାଲିକ ଏଲନ ମସ୍କଙ୍କ ଏପରି ଘୋଷଣା ପରେ ଆମେରିକାର ରାଜନୈତିକ ହଲଚଲ ବଢ଼ିଯାଇଛି ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଲେ ବିଜୟ ମହାପାତ୍ର












Click it and Unblock the Notifications