ପୁଣି ଚର୍ଚ୍ଚାରେ ଏଲନ ମସ୍କଙ୍କ ଟ୍ୱିଟ୍: ନିଜ ମୃତ୍ୟୁକୁ ନେଇ କଲେ ବଡ ଖୁଲାସା

ପୁଣି ନିଜ ଟ୍ୱିଟକୁ ନେଇ ଚର୍ଚ୍ଚାରେ ଟେସଲା ମାଲିକ। ନିଜ ମୃତ୍ୟୁକୁ ନେଇ ଏଲନ ଏକ ବଡ ଖୁଲାସା କରିଛନ୍ତି। ସୋମବାର ସକାଳେ ଟ୍ୱିଟ କରି କହିଛନ୍ତି ଯେ, ଯଦି ସନ୍ଦିଗ୍ଧ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଏ ତେବେ କଣ ହେବ।

ନୂଆଦିଲ୍ଲୀ: ପୁଣି ନିଜ ଟ୍ୱିଟକୁ ନେଇ ଚର୍ଚ୍ଚାରେ ଟେସଲା ମାଲିକ। ନିଜ ମୃତ୍ୟୁକୁ ନେଇ ଏଲନ ଏକ ବଡ ଖୁଲାସା କରିଛନ୍ତି। ସୋମବାର ସକାଳେ ଟ୍ୱିଟ କରି କହିଛନ୍ତି ଯେ, ଯଦି ସନ୍ଦିଗ୍ଧ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଏ ତେବେ କଣ ହେବ।

elon musk

ଲୋକପ୍ରିୟ ସୋସିଆଲ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରେ ଏଲନ୍ ମସ୍କ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଭିନ୍ନ ଭିନ୍ନ ଟ୍ୱିଟ ଲୋକଙ୍କୁ ସବୁ ବେଳେ ଭ୍ରମିତ କରିଥାଏ। ତେବେ ଆଜି କରିଥିବା ଟ୍ୱିଟରେ ସେ ତାଙ୍କର 'ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ' ବିଷୟରେ କହିଛନ୍ତି। ତାଙ୍କର ଏହି ଟ୍ୱିଟରେ କ୍ରମାଗତ ଭାବରେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଆସୁଛି। ଜଣେ ୟୁଜର ଲେଖିଛନ୍ତି ଯେ, 'ନା, ଆପଣ ମରିବେ ନାହିଁ। ଦୁନିଆକୁ ଆପଣଙ୍କ ଆବଶ୍ୟକତା ଅଛି।' ତେବେ ଏଭଳି ଟ୍ୱିଟର ଅର୍ଥ କେହି ସିଧା ବୁଝି ପାରୁନଥିବା ବେଳେ ବାସ୍ତବରେ ମସ୍କ ତାଙ୍କର ଗୀତ ବିଷୟରେ ଏହି ଟ୍ୱିଟରେ ଲେଖିଥିବା ସନ୍ଦେହ କରା ଯାଉଛି। ମସ୍କ ଲେଖିଥିବା ଏହି ଗୀତଟି ଟ୍ୱେଣ୍ଟି ଟୁ ନାମକ ଏକ ବ୍ୟାଣ୍ଡରୁ ଆସିଛି।

ଅନ୍ୟପଟେ କିଛି ଘଣ୍ଟା ପୂର୍ବରୁ ମସ୍କ ଋଷର ଜଣେ ଅଧିକାରୀଙ୍କ ସହ ଆଲୋଚନା କରିଥିବା ନେଇ ଟୁଇଟର ରେ ସେୟାର କରିଥିଲେ। ସେଇ ଅଧିକାରୀ କହିଛନ୍ତି ଯେ, ସେ ୟୁକ୍ରେନରେ ଫାସିଷ୍ଟ ବାହିନୀକୁ ସାମରିକ ଯୋଗାଯୋଗ ଉପକରଣ ଯୋଗାଇବାରେ ଜଡିତ ଅଛନ୍ତି ଏଲନ। ଏହି ଆଲୋଚନା ରେ ଏହା ମଧ୍ୟ ଦାବି କରାଯାଇଛି ଯେ, ୟୁକ୍ରେନରେ ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ ଦ୍ୱାରା ଏହି ଉପକରଣ ବିତରଣ କରାଯାଇଛି।

ସୂଚନାଯୋଗ୍ୟ, ମସ୍କ ଦୀର୍ଘ ଦିନ ଧରି ଟ୍ୱିଟର କିଣିବାକୁ ଚେଷ୍ଟା କରୁଥିଲେ କିନ୍ତୁ ସଫଳ ହେଉନଥିଲେ । ବହୁ ସଂଘର୍ଷ ପରେ ଏପ୍ରିଲ ୨୫ରେ ସେ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିଛନ୍ତି। ଏହି ଡିଲ୍ ପରେ ଟ୍ୱିଟରରେ ଅନେକ ପରିବର୍ତ୍ତନ ହୋଇପାରେ ବୋଲି ଆଲୋଚନା ହୋଇଥିଲା। କମ୍ପାନୀ ଅନେକ ନୂତନ ନୀତି ଆଣିବା ନେଇ ମସ୍କ ନିଜର ମତ ରଖିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+