Get Updates
Get notified of breaking news, exclusive insights, and must-see stories!

ରାଷ୍ଟ୍ରପତି ନିର୍ବାଚନ ଲାଗି ଆମେରିକାରେ କିଣାଯାଉଛି ଭୋଟ! ଏଲନ୍ ମସ୍କଙ୍କ ଉପରେ ବଡ଼ ଅଭଯୋଗ

ପେନ୍‌ସିଲ୍‌ଭାନିଆ : ଆମେରିକାରେ ନଭେମ୍ବର ୫ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଦେଶର ବିଶିଷ୍ଟ ଅରବପତି ବ୍ୟବସାୟୀ ଏଲନ୍ ମସ୍କ ଇଭିଏମ୍‌କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି । ଏଲନ ମସ୍କଙ୍କ ମନ୍ତବ୍ୟ ଇଭିଏମ ହ୍ୟାକ୍ ପ୍ରସଙ୍ଗକୁ ତାଜା କରିଛି । ସେ କହିଛନ୍ତି ମୁଁ ଏକ ଟେକ୍ନିସିଆନ । କେବଳ ଏତିକି କହିବାକୁ ଚାହୁଁଛି ଇଭିଏମ୍‌ରେ ଭୋଟିଂ ହେବା ଉଚିତ ନୁହେଁ । କାହିଁକି ନା ଇଭିଏମ୍ ହ୍ୟାକ୍ ହୋଇପାରେ ।

ଇଭିଏମ୍ କଂପ୍ୟୁଟର ପ୍ରୋଗ୍ରାମିଂ ସହ ଜଡିତ । ଆଉ ଏହାକୁ ହ୍ୟାକ କରିବା ସମ୍ଭବ । ମସ୍କଙ୍କ ଏହି ବୟାନ ଏଥିପାଇଁ ଗୁରୁତ୍ୱ ରଖୁଛି କାହିଁକି ନା ଲଗାତର ସେ ବୈଜ୍ଞାନିକଙ୍କ ସହ ଅଲଗା ଅଲଗା ପ୍ରୋଜେକ୍ଟରେ କାମ କରୁଛନ୍ତି । ଏଲନ ମସ୍କଙ୍କ ବୟାନ ପରେ ପୁଣି କଂଗ୍ରେସ ଇଭିଏମ୍ ହ୍ୟାକକୁ ନେଇ ସୋସିଆଲ ମିଡିଆରେ ସ୍ୱର ଉଠାଇଛି । କଂଗ୍ରେସର କିଛି ନେତା ଏକ୍ସ ସାଇଟ୍‌ରେ ଲେଖିଛନ୍ତି ଇଭିଏମ୍ ହ୍ୟାକ ହୋଇପାରେ । ଏବେ କୁହନ୍ତୁ କ'ଣ ମସ୍କ ବି ଭୁଲ କହୁଛନ୍ତି ।

ଏହି ବର୍ଷ ଜୁନରେ ଯେତେବେଳେ ଲୋକସଭା ନିର୍ବାଚନ ଚାଲିଥିଲା ସେହି ସମୟରେ ଏଲନ ମସ୍କ କହିଥିଲେ ଇଭିଏମ୍ ହ୍ୟାକ ହେବା କିଛି ଅସମ୍ଭବ ନାହିଁ । ଆଉ ମସ୍କଙ୍କ ଏହି ବୟାନକୁ ପ୍ରସଙ୍ଗ କରି ବର୍ଷିଥିଲା କଂଗ୍ରେସ । ଆଉ ସଫେଇ ଦେଇ ବିଜେପି କହିଥିଲା ଆମର ଏଠାକାର ଇଭିଏମ୍ ଇଣ୍ଟରନେଟ୍ କନେକ୍ଟଟେଡ ନୁହେଁ । ଯାହାକୁ ହ୍ୟାକ କରାଯାଇପାରିବ । ଇଣ୍ଟରନେଟ୍ କନେକ୍ଟଟେଡ ହୋଇଥିଲେ ହ୍ୟାକ ହୋଇପାରିଥାନ୍ତା । ଆଉ ସେତେବେଳେ ଏହି ମାମଲା ଦବି ଯାଇଥିଲା ।

ଅନ୍ୟପଟେ ଆମେରିକାର ନିର୍ବାଚନରେ ଭୋଟ୍ କିଣାଯାଉଥିବା ଚର୍ଚ୍ଚା ହେଉଛି। ବିଲିୟନଆର ଆମେରିକୀୟ ବ୍ୟବସାୟୀ ଏଲନ୍ ମସ୍କ ପ୍ରତିଦିନ ୧ ମିଲିୟନ ଡଲାର ବଣ୍ଟନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଇନ ଅନୁଯାୟୀ ଏହାର ଅନୁସନ୍ଧାନ କରାଯାଉଛି। ପେନସିଲଭାନିଆ ଗଭର୍ଣ୍ଣର ଜୋଶ ଶାପିରୋ କହିଛନ୍ତି ଯେ ଆମେରିକାର ସ୍ୱିଙ୍ଗ୍ ରାଜ୍ୟଗୁଡ଼ିକରେ ପଞ୍ଜୀକୃତ ଭୋଟରମାନଙ୍କୁ ଟଙ୍କା ଦେବା ପାଇଁ ଏକ ଯୋଜନା କରାଯାଇଛି। ସେ ଏନେଇ ଅନଲାଇନରେ ଏକ ପିଟିସନ ଦାଖଲ କରିଛନ୍ତି। ଏଭଳି ଅଭିଯୋଗ ଅତ୍ୟନ୍ତ ଚିନ୍ତା ଜନକ ଏବଂ ଏହାର ଅନୁସନ୍ଧାନ ଆଇନ ଶୃଙ୍ଖଳା ସଂସ୍ଥା ଦ୍ୱାରା କରାଯିବା ଉପରେ ସେ ଜୋର୍ ଦେଇଛନ୍ତି।

elon musk

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଭୋଟରଙ୍କୁ ଭୋଟ୍ ଦେବାକୁ ସେ ଉତ୍ସାହିତ କରିବାକୁ ଚାହୁଁଛନ୍ତି ବୋଲି ଏଲନ୍ ମସ୍କ କହିଛନ୍ତି । ସେଥିପାଇଁ ସେ ପ୍ରତିଦିନ ଏକ ମିଲିୟନ୍ ଡଲାର୍ ଭୋଟରଙ୍କ ମଧ୍ୟରେ ବାଣ୍ଟିବାକୁ ଘୋଷଣା କରିଛନ୍ତି, କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି। ଭୋଟରଙ୍କୁ ରିପବ୍ଲିକାନ୍ ପାର୍ଟି ସହିତ ଯୋଡିବା ଲକ୍ଷ୍ୟରେ, ଏଲନ୍ ମସ୍କ ସ୍ୱିଙ୍ଗ୍ ରାଜ୍ୟ ପେନ୍ସିଲଭାନିଆରେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ସେଥିପାଇଁ ଭୋଟରଙ୍କୁ ପଞ୍ଜୀକୃତ କରିବାକୁ ପଡ଼ିବ ।

ବିଲିୟନେୟାର ଏଲନ୍ ମସ୍କ କହିଛନ୍ତି ଯେ ପେନସିଲଭାନିଆ ରାଜ୍ୟରୁ ଜଣେ ଲେଖାଏଁ ପଞ୍ଜୀକୃତ ରିପବ୍ଲିକାନ୍‌ଙ୍କୁ ନଭେମ୍ବର ୫ରେ ଭୋଟ୍ ହେବା ପର୍ଯ୍ୟନ୍ତ ପ୍ରତିଦିନ ୧ ମିଲିୟନ୍ ଡଲାର୍ ପୁରସ୍କାର ଜିଣିବାର ସୁଯୋଗ ପ୍ରଦାନ କରାଯିବ। ଜଣେ ଭୋର୍ଟଙ୍କୁ ଏନେଇ ମନୋନୀତ କରାଯିବ। ଏହାର ସର୍ତ୍ତ ହେଉଛି ଯେ ସେମାନଙ୍କୁ ମୁକ୍ତ ବକ୍ତବ୍ୟ ତଥା ଅସ୍ତ୍ରଶସ୍ତ୍ର ରଖିବାର ଅଧିକାରକୁ ସମର୍ଥନ କରିବାକୁ ଏକ ଆବେଦନପତ୍ରରେ ଦସ୍ତଖତ କରିବାକୁ ପଡିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+