ବଦଳିଲା ଟ୍ୱିଟର ଲୋଗୋ, ନୀଳ ପକ୍ଷୀ ବଦଳରେ 'ଡଗି'ହେଲା ନୂଆ ଲଗୋ
Twitter Logo Changed:ପରିବର୍ତ୍ତନ ହେଲା ଟ୍ୱିଟର ଲୋଗୋ । ନୀଳ ପକ୍ଷୀ ବଦଳରେ 'ଡଗି'ହେଲା ନୂଆ ଲଗୋ । ବିଳମ୍ବିତ ରାତିରେ ପରିବର୍ତ୍ତନ କଲେ ଏଲନ ମସ୍କ । ଏନେଇ ଟ୍ୱିଟ୍ କରି ସୂଚନା ଦେଲେ ଟ୍ୱିଟର ମାଲିକ । ଟ୍ୱିଟରରେ ଟ୍ରେଣ୍ତ କରୁଛି #DOGE
ଟ୍ୱିଟରରେ ଟ୍ରେଣ୍ତ କରୁଛି #DOGE
ସୋମବାର ରାତିରେ ୟୁଜର୍ସଙ୍କୁ ନିଜ ଟ୍ୱିଟର ଏକାଉଣ୍ଟରେ ନୀଳ ପକ୍ଷୀ ବଦଳରେ 'ଡଗି' ଚିହ୍ନ ଦେଖିବା ପାଇଁ ମିଳିଥିଲା । ଯାହାକୁ ଦେଖି ଲକ୍ଷ ଲକ୍ଷ ଟ୍ୱିଟର ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯାହା ପରେ ଟ୍ୱିଟରରେ ହିଁ ପରସ୍ପରକୁ ପ୍ରଶ୍ନ କରିବା ଆରମ୍ଭ କରିଥିଲେ ଲୋକେ । ଯାହା ପରେ ଟ୍ୱିଟରର ନୂଆ ଲୋଗୋ 'ଡଗି' ଅର୍ଥାତ୍ #DOGE ଟ୍ରେଣ୍ତ କରିବା ଆରମ୍ଭ କରିଥିଲା । ଏହାପରେ ଏଲନ୍ ମସ୍କ ଟ୍ୱିଟ୍ କରିଥିଲେ ଯାହା ପରେ ଏହା ସ୍ପଷ୍ଟ ହୋଇଥିଲା ଯେ, ସତରେ ଟ୍ୱିଟର ଲୋଗୋ ବଦଳିଯାଇଛି ।

ଏଲନ୍ ମସ୍କ ଟ୍ୱିଟ୍ କରି ଦେଲେ ସୂଚନା
ଏହାପରେ ପ୍ରାୟ ୧୨ ଟା ୩୦ରେ ଟ୍ୱିଟର ମାଲିକ ଏଲନ୍ ମସ୍କ ଏକ ଫଟୋ ଟ୍ୱିଟ୍ କରିଥିଲେ । ଯେଉଁଥିରେ ଏକ ଡଗି ଗାଡ଼ି ଡ୍ରାଇଭର ସିଟରେ ବସିଛି ଏବଂ ଟ୍ରାଫିକ ପୋଲିସକୁ ନିଜ ଲାଇସେନ୍ସ ଦେଖାଉଛି । ଏହି ଲାଇସେନ୍ସରେ ନୀଳ ପକ୍ଷୀର ଫଟୋ ଦେଖିବା ପାଇଁ ମିଳୁଛି । ହେଲେ 'ଡଗି' ଟ୍ରାଫିକ ପୋଲିସକୁ କହୁଛି ଏହା ମୋର ପୁରୁଣା ଫଟୋ । ଯାହା ବର୍ତ୍ତମାନ ସମସ୍ତ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
— Elon Musk (@elonmusk) April 3, 2023
ଟ୍ୱିଟ୍ କରି ସୂଚନା ଦେଲେ ଏଲନ୍ ମସ୍କ
ଏହା ପରେ ଟ୍ୱିଟର ମାଲିକ ଆଉ ଏକ ଟ୍ୱିଟ୍ କରି ଟ୍ୱିଟର ଲୋଗୋ ବଦଳିଥିବା ନେଇ ସୂଚନା ଦେଇଥିଲେ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପୂର୍ବରୁ ମଧ୍ୟ ମସ୍କ ଡଗିକୁ ନେଇ ସଙ୍କେତ ଦେଇଥିଲେ । ହେଲେ ସେତେ ବେଳେ କେହି ଚିନ୍ତା ମଧ୍ୟ କରି ନଥିଲେ ଯେ, ଏପରି ଭାବେ ମସ୍କ ଟ୍ୱିଟର ଲୋଗୋ ବଦଳାଇଦେବେ ବୋଲି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଗତବର୍ଷ ଅକ୍ଟୋବର ମାସରେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ ଏଲନ୍ ମସ୍କ କିଣିଥିଲେ ।












Click it and Unblock the Notifications