ଗୁଗୁଲ୍ ସହ ପ୍ରତିଷ୍ଠାତା ପତ୍ନୀଙ୍କ ସହ ଏଲନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା

ଗୁଗୁଲ ସହ- ସମ୍ପାଦକ ସର୍ଗେଇ ବ୍ରିନ୍‌ ତାଙ୍କ ପତ୍ନୀ ନିକୋଲ ଶନହାନଙ୍କଠୁ ଛାଡପତ୍ର ନେବେ । ତେବେ ଛାଡ଼ପତ୍ର ର କାରଣ ମସ୍କ ବୋଲି ଜଣାପଡିଛି। ଏଲନ୍‌ ମସ୍କଙ୍କ ସହ ପ୍ରେମ ସମ୍ପର୍କ ହେତୁ ଉଭୟ ପତି-ପତ୍ନୀଙ୍କର ଛାଡ଼ପତ୍ର ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି ।

ୱାଶିଂଟନ: ସର୍ବଦା ଟ୍ବିଟରକୁ ନେଇ ଚର୍ଚ୍ଚାରେ ଥାଆନ୍ତି ଏଲନ ମସ୍କ। କିନ୍ତୁ ଏଥର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚିତ ହୋଇଛନ୍ତି। ଗୁଗଲ କୋ-ଫାଉଣ୍ଡରଙ୍କ ପତ୍ନୀଙ୍କ ପ୍ରେମରେ ପଡିଛନ୍ତି ଏଲନ । ଗୁଗୁଲ ସହ- ସମ୍ପାଦକ ସର୍ଗେଇ ବ୍ରିନ୍‌ ତାଙ୍କ ପତ୍ନୀ ନିକୋଲ ଶନହାନଙ୍କଠୁ ଛାଡପତ୍ର ନେବେ । ତେବେ ଛାଡ଼ପତ୍ର ର କାରଣ ମସ୍କ ବୋଲି ଜଣାପଡିଛି।

musk

ରିପୋର୍ଟ ଅନୁସାରେ, ଟେସଲା ସହ ସମ୍ପାଦକ ଏଲନ ମସ୍କ ଏବଂ ଗୁଗୁଲ ସିଇଓ ର୍ଗେଇ ବ୍ରିନ୍‌ଙ୍କ ପତ୍ନୀ ନିକୋଲ ଶନହାନ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ି ଯାଇଛନ୍ତି। ପାଖାପାଖି ବର୍ଷେ ହେବ ଏହି ନୂଆ ସମ୍ପର୍କ ଆରମ୍ଭ ହୋଇଥିବା କୁହାଯାଉଛି । 2008 ମସିହାରେ ଏଲନ୍‌ ମସ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । ସେହି ସମୟରେ ସର୍ଗେଇ ବ୍ରିନ୍‌ ତାଙ୍କୁ ସାହାଯ୍ୟ କରିଥିଲେ । ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା। ଏଲନ୍‌ ମସ୍କ ଓ ସର୍ଗେଇ ବ୍ରେନଙ୍କ ବନ୍ଧୁତା ପରେ ମସ୍କ ନିୟମିତ ବ୍ରିନ୍‌ଙ୍କ ଘରକୁ ଯିବା ଆସିବା କରୁଥିଲେ। ଏହାରି ଭିତରେ ବ୍ରେନ୍ ଙ୍କ ପତ୍ନୀଙ୍କ ସହ ପରିଚୟ ହୋଇଥିଲା । ପରବର୍ତ୍ତୀ ସମୟରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି କୁହାଯାଉଛି ।

ଏକଥା ଜଣାପଡିବା ପରେ ବ୍ରିନ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି । ଶେନହାନ ବର୍ତ୍ତମାନ ଛାଡପତ୍ର ପାଇଁ ବ୍ରିନ୍‌ଙ୍କ ଠାରୁ ଏକ ବିଲିଅନ୍ ଡଲାରରୁ ଅଧିକ ଦାବି କରିଥିବା କୁହାଯାଉଛି । ସେପଟେ ଶେନହାନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଏଲନ ମସ୍କ । ତାଙ୍କ ବିରୋଧରେ ଆସିବା ଏଭଳି ଅଭିଯୋଗକୁ ସେ ଖଣ୍ଡନ କରିବା ସହ ନିକୋଲଙ୍କ ସହ ସେପରି କିଛି ସମ୍ପର୍କ ନାହିଁ ବୋଲି କହିଛନ୍ତି ମସ୍କ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+