ସାରା ଦେଶରେ ଚାଲିଗଲା ବିଜୁଳି, ଅନ୍ଧକାରରେ ରହିଲେ କେନିଆବାସୀ
ଗତକାଲି ସନ୍ଧ୍ୟାରେ କେନିଆରେ ସାରା ଦେଶରେ ବିଦ୍ୟୁତ କାଟ ହୋଇଥିଲା । ଦେଶର ଅଧିକାଂଶ ଭାଗ ଅନ୍ଧକାରରେ ରହିଥିଲା । ରାଜଧାନୀ ନାଇରୋବିର ମୁଖ୍ୟ ବିମାନବନ୍ଦର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ, ଯାହା ପୂର୍ବ ଆଫ୍ରିକାକୁ ଏସିଆ, ୟୁରୋପ ଏବଂ ବିଶ୍ୱର ଅନ୍ୟାନ୍ୟ ବଡ଼ ବଡ଼ ଦେଶ ସହିତ ସଂଯୋଗ କରୁଥିବା ଏକ ପ୍ରମୁଖ ପରିବହନ ହବ୍ ଅଟେ । ରବିବାର ରାତିରେ ସ୍ଥାନୀୟ ସମୟ ରାତି ୮ ଟାରୁ ସାରା ଦେଶରେ ବିଦ୍ୟୁତ୍ ସଙ୍କଟ ଆରମ୍ଭ ହୋଇଥିଲା । ଗତ ତିନି ମାସ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା । । ଜାତୀୟ ବିଦ୍ୟୁତ ଯୋଗାଣ ଏହା ବଡ଼ ବିଫଳତା । ଏହି ଅନ୍ଧକାରରେ ପ୍ରଭାବିତ ହୋଇଥିବା ପ୍ରମୁଖ ସୁବିଧାଗୁଡ଼ିକରେ ନାଇରୋବିରେ ଜୋମୋ କେନିଆଟା ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ପଶ୍ଚିମ କେନିଆର ଏଲଡୋରେଟ୍ ବିମାନବନ୍ଦର ଅନ୍ତର୍ଭୁକ୍ତ, ଯେଉଁଠାରେ ବିଦ୍ୟୁତ୍ ଗ୍ରୀଡ୍ ବିଫଳ ହେବା ପରେ ଜରୁରୀକାଳୀନ ବିଦ୍ୟୁତ୍ ଜେନରେଟର ଅନ୍ କରିବାରେ ମଧ୍ୟ ବିଫଳ ହୋଇଥିଲା ।

ଗତକାଲି ଦେଶର କିଛି ଅଞ୍ଚଳରେ ଦୁଇ ଘଣ୍ଟା ପରେ ବିଦ୍ୟୁତ୍ ଫେରିଥିବାର ଖବର ଆସିଥିଲା । ରାଜ୍ୟ ସଂଚାଳିତ କେନିଆ ପାୱାର ବ୍ଲାକଆଉଟ୍ ପାଇଁ 'ସିଷ୍ଟମ୍ ଗ୍ଲିଚ୍' କୁ ଦାୟୀ କରିଛି । ଏକ ବିବୃତ୍ତିରେ କୁହାଯାଇଛି, 'ବିଦ୍ୟୁତ୍ ବ୍ୟବସ୍ଥା ପ୍ରଭାବିତ ହେବାର ଭୟ ଥିବାରୁ ଆମେ ଦେଶର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଛୁ । ଆମେ ଅତି କମରୁ କମ ସମୟ ମଧ୍ୟରେ ବିଦ୍ୟୁତ ସ୍ଥିତିକୁ ପୁନଃ ସ୍ଥାପିତ କରିବା ପାଇଁ କାର୍ଯ୍ୟ କରୁଛୁ । ଏଣିକି ବିଦ୍ୟୁତକାଟ ହେଲେ ଠିକ୍ ସମୟରେ ଦେଶବାସୀଙ୍କୁ ସୂଚନା ଦିଆଯିବ । ଆଉ ଏଭଳି ଅସୁବିଧା ପାଇଁ ଆମେ ଆମର ଗ୍ରାହକଙ୍କୁ କ୍ଷମା ମାଗୁଛୁ । ଅନ୍ୟପଟରେ ବିଦ୍ୟୁତ୍ ଯୋଗାଣ ଏବଂ ବିତରଣରେ କେନିଆ ପାୱାରର ଏକଚାଟିଆ ରହିଛି, ଆଉ ବାୱାର ବିତରଣ କମ୍ପାି ଉପରେ ବର୍ଷ ବର୍ଷ ଧରି ଏହା ଖରାପ ବଣ୍ଟନ ଏବଂ ଦୁର୍ନୀତି ଅଭିଯୋଗ ମଧ୍ୟ ରହିଛି । ଯେଉଁ କାରଣରୁ କେନିଆରେ ବିଦ୍ୟୁତ୍ ମୂଲ୍ୟ ଅଧିକ ହୋଇଛି ।
ଗତ ମାସରେ ଠିକ୍ ସମାନ ଭଳି ସାରା ଦେଶରେ ଅନ୍ଧକାର ହୋଇଯାଇଥିଲା । ବିଦ୍ୟୁତ ପୁନରଦ୍ଧାର ପାଇଁ ୧୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏହାପରେ କିଛି ଅଞ୍ଚଳରେ ଆସିଥିଲା ବିଦ୍ୟୁତ୍ । ୨୫ ଅଗଷ୍ଟରେ ବଦେଶରେ ବିଦ୍ୟୁତ ଯୋଗାଣରେ ସବୁଠାରୁ ବଡ ବ୍ୟାଘାତ ଦେଖିବାକୁ ମିଳିଥିଲା । କେନିଆ ଇତିହାସରେ ଏହା ସବୁଠାରୁ ଲମ୍ବା ବିଦ୍ୟୁତ କାଟ ଥିଲା । ଏହାର କାରଣ ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । ଯେଉଁଠାରେ ପାୱାର କମ୍ପାନୀ ଆଫ୍ରିକାର ବୃହତ୍ତମ ପବନ ଫାର୍ମକୁ ଦାୟୀ କରୁଛି, । ସୋସିଆଲ ମିଡିଆରେ ଦେଶରେ ନାଗରିକ ମାନେ ଗତକାଲି ତଥା ରବିବାରର ବିଫଳତା ପରେ ବାରମ୍ବାର ବିଦ୍ୟୁତ ସରବରାହକୁ ନେଇ କେନିଆ ପାୱାରରୁ ଉତ୍ତର ମାଗିଥିବାବେଳେ ,ଅନ୍ୟ ଦେଶର ପାୱାର କମ୍ପାନୀ ଅପେକ୍ଷା ଖରାପ ବୋଲି ଏଜେନ୍ସିକୁ ପରିହାସ କରିଥିଲେ । କେନିଆର ସର୍ବଶେଷ ବ୍ଲାକଆଉଟ୍ ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶ ଅଧିକ ଇନ୍ଧନ ମୂଲ୍ୟର ସମ୍ମୁଖୀନ ହେଉଛି ।












Click it and Unblock the Notifications