ବୁଡ଼ିଗଲା ସବମରିନ୍; ୬ ପର୍ଯ୍ୟଟକ ମୃତ
ନୂଆଦିଲ୍ଲୀ: ଇଜିପ୍ଟର ହୁରଘାଡା ସହରସ୍ଥିତ ଲୋହିତ ସାଗର ଉପକୂଳରେ ଗୁରୁବାର (ମାର୍ଚ୍ଚ ୨୭) ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବୁଡ଼ାଜାହାଜ ବୁଡ଼ି ଯାଇଛି । ଏହି ଦୁର୍ଘଟଣାରେ ପ୍ରାୟ ୬ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଥିବା କୁହାଯାଉଛି।
ରିପୋର୍ଟ ମୁତାବକ, ଏହି ଘଟଣାରୁ ୨୯ ଲୋକଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୁଡ଼ିଯାଇଥିବା ସବମରିନନା ସିନ୍ଦବାଦ । ଏଥିରେ ମୋଟ ୪୪ ଜଣ ରହିଥିଲେ । ସମୁଦ୍ର ତଟ ହାର୍ବର ନିକଟରେ ଆଜି ସକାଳେ ଏଭଳି ଦୁର୍ଘଟଣା ଘଟିଛି ।

ଘଟଣାର ଗମ୍ଭୀରତାକୁ ନେଇ ୨୧ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପଠାଯାଇଛି । ସିନ୍ଦବାଦ ସବମରିନରେ ବିଭିନ୍ନ ଦେଶର ୪୪ ଜଣଯାତ୍ରୀ ରହିଥିଲେ । ଏମାନେ ଲାଲ ସାଗର ଗଭୀରତାରେ କୋରଲ ଫିସ୍, ଟ୍ରପିକଲ ମାଛ ସବୁ ଦେଖିବାକୁ ଯାଇଥିଲେ । ଏହି ଟୁରିଷ୍ଟ ସବମରିନ ସମୁଦ୍ର ପତ୍ତନରୁ ୭୨ ଫୁଟ ଗଭୀରତାକୁ ଯାଇପାରେ । କିନ୍ତୁ କୌଣସି କାରଣରୁ ବୁଡ଼ି ଯାଇଥିଲା । ଏହାର କାରଣ ଏଯାଏଁ ଜଣାପଡିନାହିଁ ।
ଇଜିପ୍ଟର ଅଧିକାରୀଙ୍କ ଅନୁଯାୟୀ, ୪ ମାସ ପୂର୍ବରୁ ଲୋହିତ ସାଗରରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଛୋଟ ଜାହାଜ ଗଭୀର ଜଳରେ ବୁଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୩୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେପଟେ ଲୋହିତ ସାଗରରେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବାରୁ ଅନେକ କମ୍ପାନି ଏବେ ସେବା ଦେବାକୁ ରାଜି ହେଉନାହାନ୍ତି ।












Click it and Unblock the Notifications