ଆକାଶଛୁଆଁ ହେଲା ଅଣ୍ଡା ଦର, ଗୋଟିକର ଦାମ ୩୬ ଟଙ୍କା
ସାରା ବିଶ୍ବରେ ପ୍ରାତଃ ଭୋଜନରେ ଅଣ୍ଡାର ଚାହିଦା ସବୁଠୁ ଅଧିକ। ସାଧାରଣ ଭାବେ ଗୋଟିଏ ଅଣ୍ଡାର ମୂଲ୍ୟ ଭାରତୀୟ ମୁଦ୍ରାରେ ୬ ରୁ ୮ ଟଙ୍କା ରହିଥିଲା ବେଳେ ଆମେରିକାରେ ଗୋଟିଏ ଅଣ୍ଡା ମୂଲ୍ୟ ୩୬ ଟଙ୍କାରେ ପହଞ୍ଚିବା ଏବେ ବିଭିନ୍ନ ମହଲକୁ ବିସ୍ମିତ କରିଛି। ବିଶ୍ବର ଅନ୍ୟ କୌଣସି ଗରିବ ରାଷ୍ଟ୍ରରେ ଏଭଳି ଘଟିଥିଲେ କିଛି ଚିନ୍ତା କରିବାର ନଥିଲା।

କିନ୍ତୁ ଆମେରିକା ଭଳି ବିଶ୍ବର ସବୁଠୁ ଧନୀ ରାଷ୍ଟ୍ରରେ ଏଭଳି ଅଣ୍ଡା ମୂଲ୍ୟକୁ ନେଇ ସେଠାକାର ଲୋକଙ୍କ ଚିନ୍ତା ବଢିଛି। ଏଠାରେ ଅଣ୍ଡା ଡଜନ ଭାରତୀୟ ମୁଦ୍ରାରେ ୪୨୯ ଟଙ୍କା ରହିଥିଲା ବେଳେ ଗୋଟିଏ ଅଣ୍ଡା କିଣିବାକୁ ହେଲେ ୩୬ ଟଙ୍କା ଦେବାକୁ ପଡ଼ିଛି। ସୂଚନା ଅନୁସାରେ, ବାର୍ଡ ଫ୍ଲୁକୁ ନେଇ ଏଭଳି ସ୍ଥିତି ଉପୁଜିଛି ଏବଂ ଅଣ୍ଡାର ମୂଲ୍ୟ ବୃଦ୍ଧିକୁ ନେଇ ସରକାର ଅବଗତ ରହିଥିବା କହିଛନ୍ତି। କିନ୍ତୁ ସାଧାରଣ ଖାଉଟି ଏଭଳି ମୂଲ୍ୟବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ୨୦୨୩ରେ ଆମେରିକାରେ ଅଣ୍ଡା ଡଜନ ମୂଲ୍ୟ ୨.୦୪ ଡଲାର ରହିଥିଲା। ହେଲେ ଏବେ ଏହା ଦୁଇଗୁଣ ବୃଦ୍ଧି ପାଇଛି। ବାର୍ଡ ଫ୍ଲୁ ଯୋଗୁଁ କୁକୁଡା ଫାର୍ମ କ୍ଷତିଗ୍ରସ୍ତ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଛି।












Click it and Unblock the Notifications