ଏଣିକି Facebook ଓ Instagramରେ ସହଜରେ ପାଇ ପାରିବେ Blue Tick
ପୂର୍ବରୁ ଇନଷ୍ଟାଗ୍ରାମ ଓ ଫେସବୁକରେ ସେଲିବ୍ରିଟି, ରାଜନେତା, ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ରହୁଥିଲା । କିନ୍ତୁ ବର୍ତ୍ତମାନ କେହି ବି ସାଧାରଣ ବ୍ୟକ୍ତି ନିଜ ଆକାଉଣ୍ଟରେ ବ୍ଲୁ ଟିକ୍ ଲଗାଇ ପାରିବେ ।

Facebook and Instagram Blue Tick: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ଵିଟର ପରେ ଏବେ ମେଟାର ଦୁଇଟି ଆପ୍ ଇନଷ୍ଟାଗ୍ରାମ (Instagram) ଏବଂ ଫେସବୁକ (Facebook)ରେ ମଧ୍ୟ ଆପଣ ପାଇ ପାରିବେ ବ୍ଲୁ ଟିକ୍ (Blue Tick) । ହେଲେ ଏଥିପାଇଁ ଆପଣଙ୍କୁ ଗଣିବାକୁ ପଡିବ ମୋଟା ଅଙ୍କର ଟଙ୍କା ।
ପୂର୍ବରୁ ଇନଷ୍ଟାଗ୍ରାମ ଓ ଫେସବୁକରେ ସେଲିବ୍ରିଟି, ରାଜନେତା, ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ରହୁଥିଲା । କିନ୍ତୁ ବର୍ତ୍ତମାନ କେହି ବି ସାଧାରଣ ବ୍ୟକ୍ତି ନିଜ ଆକାଉଣ୍ଟରେ ବ୍ଲୁ ଟିକ୍ ଲଗାଇ ପାରିବେ । ଯଦି ଆପଣ ବି ନିଜ ଆକାଉଣ୍ଟରେ ବ୍ଲୁ ଟିକ୍ ଲଗାଇବାକୁ ଚାହୁଁଛନ୍ତି ତେବେ ଏଥି ପାଇଁ ଆପଣଙ୍କୁ ମାସିକ ଟଙ୍କା ଦେବାକୁ ପଡିବ ।
କେମିତି ମିଳିବ ବ୍ଲୁ ଟିକ୍ ?
ମେଟା ବର୍ତ୍ତମାନ ଆମେରିକାର ୟୁଜର୍ସଙ୍କ ପାଇଁ ଏହି ସେବା ଆରମ୍ଭ କରିଛି । କିଛି ସମୟ ପୂର୍ବରୁ ମେଟା ଘୋଷଣା କରିଥିଲା ଯେ, ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ପାଇଁ ପେଡ ଭାରିଫିକେସନର ସୁବିଧା ଉପସ୍ଥାପନ କରିବ । ମେଟା ଭାରିଫିକେସନ ସେବା ବ୍ୟବହାରକାରୀଙ୍କୁ ଏକ ସରକାରୀ ଆଇଡିର ଉପଯୋଗ କରି ନିଜ ଆକାଉଣ୍ଟର ଭାରିଫିକେସନ କରିବା ପରେ ଏକ ବ୍ଲ୍ୟୁ ଟିକ୍ ଦେବ । ଯାହା ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
କେତେ ଟଙ୍କା ଦେବାକୁ ପଡିବ ?
ଯଦି ୟୁଜରର୍ସ ମୋବାଇଲରେ ପ୍ରୋଫାଇଲ ବ୍ୟବହାର କରିବେ ତେବେ ମାସକୁ ୧୪.୯୯ ଡଲାର ଓ ଆପଲର ଆଇଓଏସ୍ ସିଷ୍ଟମ ପାଇଁ ୧୧.୯୯ ଡଲାର ମାସିକ ଦେବାକୁ ପଡିବ । ଅର୍ଥାତ ମୋବାଇଲ ପାଇଁ ମାସିକ ୯୮୯ ଟଙ୍କା ଓ ଆପଲ ପାଇଁ ୧୨୩୭ ଟଙ୍କା ଦେବାକୁ ପଡିବ । ପ୍ରଥମ ପର୍ଯ୍ୟାୟରେ ଆମେରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହି ସୁବିଧା ଆରମ୍ଭ କରିଛି ମେଟା ।
ବ୍ଲୁ ଟିକ୍ ର କଣ ପାଇଦା ?
ବ୍ଲୁଟିକ ଯୋଗୁଁ ବିଶେଷ ଫାଇଦା ମିଳିବ । ଅଧିକ ସୁରକ୍ଷା, ଏକ୍ସକ୍ଲ୍ୟୁସିଭ ଫିଚର, ଷ୍ଟୋରେଜ, ରିଲ୍ସ ପାଇଁ ନୂଆ ଫିଚର ଓ ଷ୍ଟିକର, ପ୍ରତିମାସରେ ୧୦୦ଟି ମାଗଣା ଷ୍ଟାର ବା ଡିଜିଟାଲ କରେନ୍ସି ମିଳିବ । କମ୍ପାନୀର କହିବାନୁସାରେ, ଗ୍ରାହକମାନେ ଏକ ବ୍ୟାଜ୍ ପାଇବେ ଯାହା ସୂଚାଇଦିଏ ଯେ, ସେମାନଙ୍କ ଆକାଉଣ୍ଟକୁ ସରକାରୀ ଆଇଡି ସହିତ ଯାଞ୍ଚ କରାଯାଇଛି । ଏହି କାରଣରୁ, ନକଲି ଯାଞ୍ଚ ଆକାଉଣ୍ଟରେ କୌଣସି ଅସୁବିଧା ହେବ ନାହିଁ ଏବଂ ଏହା ସୁରକ୍ଷା ବଜାୟ ରଖିବ। କମ୍ପାନୀ କହିଛି ଯେ, ଏହି ସେବା ମୁଖ୍ୟତଃ content ଅର୍ଥାତ ବିଷୟବସ୍ତୁ ସୃଷ୍ଟିକର୍ତ୍ତାଙ୍କ ପାଇଁ ହେବ ଯେଉଁମାନେ ପ୍ଲାଟଫର୍ମରେ ସେମାନଙ୍କର ଉପସ୍ଥିତି ବଢାଇବାକୁ ଚାହୁଁଛନ୍ତି ଏବଂ ପରୀକ୍ଷା ପର୍ଯ୍ୟାୟ ପରେ ଏକ ଆଡଜଷ୍ଟମେଣ୍ଟ୍ ଦେଖିପାରନ୍ତି।
ଉଲ୍ଲେଖଥାଉ କି, ସର୍ବପ୍ରଥମେ ଟ୍ୱିଟରରେ ପେଡ୍ ଯାଞ୍ଚର ପରମ୍ପରା ଆରମ୍ଭ ହୋଇଥିଲା । ଗତବର୍ଷ ଏଲନ ମସ୍କ ୪୪ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୩,୬୩,୩୦୦ କୋଟି ଟଙ୍କା କିଣିବା ପରେ ଟ୍ୱିଟର ଏହାର ବ୍ଲୁ ସବସ୍କ୍ରିପସନ୍ ସେବା ଆରମ୍ଭ କରିଥିଲା ।












Click it and Unblock the Notifications