ପାକ୍ ପ୍ରଧାନମନ୍ତ୍ରୀଙ୍କୁ ନୱାଜ ସରିଫଙ୍କ ପରାମର୍ଶ,ଯୁଦ୍ଧ ନୁହେଁ ଏଭଳି ଭାବେ କର ......
ପହଲଗାମ୍ ବୈସରଣ ଉପତ୍ୟକାରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣ ପରେ LOC ଉପରେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି । ପଡୋଶୀ ଶତ୍ରୁ ଦେଶ ପକ୍ଷରୁ ବାରମ୍ବାର ସିଜଫାୟାରର ଉଲ୍ଲଂଘନ କରାଯାଉଛି ଏବଂ LOC ଉପରେ ଫାୟାରିଂ କରାଯାଉଛି । ପାକିସ୍ତାନ ଲଗାତାର ଚତୁର୍ଥ ଦିନରେ ମଧ୍ୟ ଗୁଳିବର୍ଷା କରିଛି ।
ପାକିସ୍ତାନୀ ସେନା କୁପୱାଡା ଏବଂ ପୁଞ୍ଚ ଜିଲ୍ଲାର ସୀମାବର୍ତ୍ତୀ କ୍ଷେତ୍ରରେ ନିୟନ୍ତ୍ରଣ ରେଖା ସେପଟେ ରହି ଛୋଟ ହତିଆର ମାଧ୍ୟମରେ ଫାୟାରିଂ କରୁଛନ୍ତି । ସରଳ ଭାଷାରେ କହିଲେ କଣ୍ଟା ବାଡ଼ରେ ଲୁଗା ପକାଇଲା ଭଳି କାମ କରୁଛି ପାକିସ୍ତାନ । ଭାରତୀୟ ସେନା ମଧ୍ୟ ଛାଡ଼ିବାର ଲୋକ ନୁହଁନ୍ତି । ଇଣ୍ଡିଆନ୍ ଆର୍ମି ବି ଏହାର କଡ଼ା ଜବାବ୍ ଦେଉଛନ୍ତି ।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତର କାର୍ଯ୍ୟାନୁଷ୍ଠାନରେ ଭୟଭୀତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କ ବଡ଼ ଭାଇ ନୱାଜ ସରିଫଙ୍କୁ ଭେଟିଛନ୍ତି । ଏହି ବୈଠକରେ ଶାହବାଜ ଭାରତର ବର୍ତ୍ତମାନର ଏବଂ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦେଇଛନ୍ତି । କୁହାଯାଉଛି ଯେ ନୱାଜ ତାଙ୍କ ସାନ ଭାଇଙ୍କୁ ଭାରତ ବିରୁଦ୍ଧରେ ଭଲ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।
ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ସଭାପତି ନୱାଜ ସରିଫଙ୍କୁ ଜାତୀୟ ସୁରକ୍ଷା କମିଟି (ଏନଏସସି) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ବୈଠକ ଭାରତ ସିନ୍ଧୁ ଜଳ ଚୁକ୍ତି (IWT)କୁ ସ୍ଥଗିତ କରିବା ପରେ ବସିଥିଲା ।
ଶାହବାଜ ସରିଫ ତାଙ୍କ ସାକ୍ଷାତ ସମୟରେ ନୱାଜ ସରିଫଙ୍କୁ କହିଥିଲେ ଯେ ଏହା ଏକ 'ଫଲ୍ସ ଫ୍ଲାଗ ଅପରେସନ' । ଏହାର ଅର୍ଥ ହେଉଛି ଏହି ଅଞ୍ଚଳରେ ଅସ୍ଥିରତା ବିସ୍ତାର କରିବା ପାଇଁ ଭାରତୀୟମାନେ ଜାଣିଶୁଣି ଏପରି କରିଛନ୍ତି । ଶାହବାଜ ସରିଫ କହିଛନ୍ତି ଯେ ଭାରତର ଏହି ଏକପାଖିଆ ପଦକ୍ଷେପ । ଯାହାକି ଦୁଇ ଦେଶ ମଧ୍ୟରେ ଯୁଦ୍ଧର ବିପଦକୁ ଆହୁରି ବୃଦ୍ଧି କରିଛି।
ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଯେ ପାକିସ୍ତାନ ଶାନ୍ତି ପାଇଁ ପ୍ରତିବଦ୍ଧ । କିନ୍ତୁ ଦେଶର ସୁରକ୍ଷା ସହିତ କୌଣସି ସାଲିସ କରାଯାଇପାରିବ ନାହିଁ । ଟ୍ରିବ୍ୟୁନର ଏକ ରିପୋର୍ଟ ଅନୁଯାୟୀ, ପିଏମଏଲ-ଏନର ଏକ ସୂତ୍ର କହିଛି ଯେ ନୱାଜ ସରିଫ ଚାହାଁନ୍ତି ଯେ ତାଙ୍କ ସରକାର ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଏକ ଆଲୋଚନାମୂଳକ ସମାଧାନ ଖୋଜୁ। ସେ କହିଛନ୍ତି ଯେ ନୱାଜ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିବାକୁ ଇଚ୍ଛୁକ ନୁହଁନ୍ତି।












Click it and Unblock the Notifications