ପାକିସ୍ତାନରେ ଭୂକମ୍ପର ଝଟକା
ପାକିସ୍ତାନରେ ପୁଣି ଭୂକମ୍ପର ଝଟକା । ଭୂକମ୍ପର ତିବ୍ରତା ୪.୮ ବୋଲି ଜଣାପଡିଛି । ଯାହାର କେନ୍ଦ୍ରସ୍ଥଳ ୧୦କିଲୋମିଟର ଗଭୀରତାରେ ଥିବା ସୂଚନା ମିଳିଛି । ଭୂକମ୍ପର ଝଟକା ପ୍ରାୟ ୧ଟା ୨୧ ମିନିଟରେ ଅନୁଭବ ହୋଇଥିଲା ।

ଭୂକମ୍ପ ହେବା ଯୋଗୁଁ ଭୟରେ ଲୋକମାନେ ଘରୁ ଦୌଡିବା ଆରମ୍ଭ କରିଥିଲେ । କେବଳ ପାକିସ୍ତାନରେ ନୁହେଁ ବରଂ ବେଲୁଚିସ୍ତାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଯେଉଁଥିରେ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ସୂଚନା ମିଳିନାହିଁ ।












Click it and Unblock the Notifications