ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ ,୨୪ ଘଣ୍ଟାରେ ୨ ଥର ,୫ ଦିନରେ ୧୮ ଥର
ଆଫଗାନିସ୍ତାନରେ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଏହି ଭୂମିକମ୍ପ ଶୁକ୍ରବାର ସକାଳ ଅର୍ଥାତ୍ ଆଜି ୦୩:୧୬ ରେ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୯ ମାପ କରାଯାଇଥିଲା । ହେଲେ, ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତିର ଖବର ନାହିଁ । କିନ୍ତୁ ୨୪ ଘଣ୍ଟା ମଧ୍ୟରେ ଦୁଇଥର ଭୂମିକମ୍ପ ହେବା ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଇଛନ୍ତି ।

୧ ସେପ୍ଟେମ୍ବର ଠାରୁ ଆରମ୍ଭ କରି ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଆଫଗାନିସ୍ତାନରେ ପ୍ରାୟ ୧୮ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି ବୋଲି ଏନସିଏସ ପକ୍ଷରୁ ସୂଚନା ମିଳିଛି । ୧୮ ଥର ମଧ୍ୟରୁ ୨ ଥର ଭୂକମ୍ପର ତୀବ୍ରତା ୬ରୁ ଅଧିକ ଥିବା ଅନ୍ୟ ଭୂକମ୍ପର ତୀବ୍ରତା ୪ରୁ ୫ ମଧ୍ୟରେ ଥିଲା । ପୂର୍ବରୁ ଅନୁଭୂତ ହୋଇଥିବା ଭୂକମ୍ପରେ ପ୍ରାୟ ୧୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକେ ଆହତ ହୋଇଥିଲେ । ଅନେକ ଧନସମ୍ପତ୍ତି, ଘର କ୍ଷତିଗ୍ରସ୍ତ ହୋଇଥିଲା ।












Click it and Unblock the Notifications