ଭୂକମ୍ପରେ ଥରିଲା ଜାପାନ; ରିକ୍ଟର ସ୍କେଲ୍ରେ ତୀବ୍ରତା ୬.୩ ରେକର୍ଡ
ଭୂକମ୍ପରେ ଥରିଲା ଜାପାନ । ୬ ଦଶମିକ ୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଜାପାନର ପଶ୍ଚିମ ଭାଗରେ ଥିବା ଶିମାନେ ପ୍ରଦେଶରେ ଥିଲ । ଭୂକମ୍ପ ଯୋଗୁଁ କିଛି ସ୍ଥାନରେ ଘରର କାନ୍ଥ ଫାଟିଯିବା ସହ ଜିନିଷପତ୍ର ଖସିପଡ଼ିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି ।

ବର୍ତ୍ତମାନ କ୍ଷୟକ୍ଷତିର ଆକଳନ ଚାଲିଛି । ଭୂକମ୍ପ ପରେ ସୁନାମି ଆସିବାର କୌଣସି ବଡ଼ ବିପଦ ନାହିଁ ବୋଲି ପ୍ରାରମ୍ଭିକ ସୂଚନା ମିଳିଛି । ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କିଛି ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ବୁଲେଟ୍ ଟ୍ରେନ୍ ସେବାକୁ ସୁରକ୍ଷା ଦୃଷ୍ଟିରୁ କିଛି ସମୟ ପାଇଁ ଅଟକାଇ ଦିଆଯାଇଥିଲା ।












Click it and Unblock the Notifications