ଭୟଙ୍କର ଭୂକମ୍ପରେ ଥରିଲା ଏହି ଦେଶ, ଆସିପାରେ ସୁନାମି, ଜାରି ହେଲା ଆଲର୍ଟ

ଉତ୍ତର ଆମେରିକାରେ ଶନିବାର ଦିନ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । କାରିବିଆନ ସାଗରରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ମପାଯାଇଛି । ହଣ୍ଡୁରାସର ଉତ୍ତର ଏବଂ କେମ୍ୟାନ ଦ୍ୱୀପର ଦକ୍ଷିଣ-ପଶ୍ଚିମରେ ଭୂମିକମ୍ପ ଝଟକା ଅନୁଭବ କରାଯାଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁସାରେ, ଶନିବାର ସନ୍ଧ୍ୟାରେ ଆସିଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର (୬.୨୧ ମାଇଲ୍) ଗଭୀରତାରେ ଥିଲା । କେମ୍ୟାନ୍ ଦ୍ୱୀପପୁଞ୍ଜ ନିକଟରେ ହଣ୍ଡୁରାସରୁ ୧୩୦ ମାଇଲ୍ (୨୦୯ କିଲୋମିଟର) ଉତ୍ତରରେ କମ୍ପନ ସୃଷ୍ଟି ହୋଇଥିଲା ।

Earthquake

ଭୂମିକମ୍ପ ଯୋଗୁ ଧନଜୀବନ ହାନି ନେଇ କୌଣସି ସୂଚନା ନାହିଁ । ଭୂମିକମ୍ପ ପରେ ଅନେକ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି । ଆମେରିକାର ସୁନାମି ସତର୍କତା ପ୍ରଣାଳୀ କାରିବିଆନ ସାଗର ଏବଂ ହଣ୍ଡୁରାସର ଉତ୍ତର ଅଞ୍ଚଳ ପାଇଁ ସୁନାମି ଚେତାବନୀ ଜାରି କରିଛି । ଏହାରି ମଧ୍ୟରେ ୟୁଏସଡିଏସ କହିଛି ଯେ, ଭୂମିକମ୍ପର ତୀବ୍ରତାନ ୭.୬ ଥିଲା । ଏହାର ଗଭୀରତା ଥିଲା ୧୦ କିଲୋମିଟର । ଏପରି ପରିସ୍ଥିତିରେ କାରିବିଆନ ସାଗରରେ ସୁନାମି ଆସିବାର ସମ୍ଭାବନା ରହିଛି ।

କାରିବିଆନ ସାଗର କୂଳରେ ଅବସ୍ଥିତ ଦେଶ ଯେପରିକି ମେକ୍ସିକୋ, କ୍ୟୁବା, ହଣ୍ଡୁରାସ, ବେଲିଜ୍ ଏବଂ ହାଇତିରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏତେ ଶକ୍ତିଶାଳୀ ଭୂମିକମ୍ପ ପରେ ଏହି ଦେଶଗୁଡ଼ିକରେ ଆତଙ୍କ ଖେଳିଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+