ଯୁଦ୍ଧ ଭିତରେ ଭୂକମ୍ପ ଝଟକା, ଥରିଲା ଇରାନ
ଆମେରିକାର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଇରାନ କ୍ରୋଧିତ। ଆମେରିକାର ଆକ୍ରମଣ ପରେ ଇରାନର ସେନା ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଆରମ୍ଭ କରିଛି। ଇସ୍ରାଏଲର ସୁରକ୍ଷା ବାହିନୀ ନିଜେ ଟ୍ୱିଟ୍ କରି ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ଇସ୍ରାଏଲର ବିଭିନ୍ନ ସହରରେ ଘାତକ ଇରାନୀ କ୍ଷେପଣାସ୍ତ୍ର ତାଣ୍ଡବ ରଚନା କରୁଛି। ଇସ୍ରାଏଲର ବିଭିନ୍ନ ସହରରେ ବାୟୁସେନା ସାଇରନ୍ ବାଜୁଛି।

ସେପଟେ ଇରାନ-ଇଜ୍ରାଏଲ ଯୁଦ୍ଧ ଭିତରେ ଭୂକମ୍ପ ଝଟକା। ଭୂମିକମ୍ପରେ ଥରିଲା ଇରାନ। ଇରାନର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯୁଦ୍ଧ ସ୍ଥିତି ଭିତରେ ଇରାନରେ ଅନୁଭୂତ ହୋଇଛି ଭୂମିକମ୍ପ। 5.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପରେ ଇରାନର ସର୍ଗଜ ଅଞ୍ଚଳୃ ଥରିବାକୁ ଲାଗିଛି।












Click it and Unblock the Notifications